Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ୧.୫ ଲକ୍ଷ କୋଟି ଲୁଟିଛି ବିଜେପି ସରକାର; ପ୍ରିୟଙ୍କା ଗାନ୍ଧୀ

ବେଙ୍ଗାଲୁରୁ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ସେ କହିଛନ୍ତି ଯେ ସର୍ବଜ୍ଞାନୀ, ସର୍ବଶକ୍ତିମାନ, ସର୍ବଶ୍ରେଷ୍ଠ ପିଏମ୍‌ ମୋଦୀଙ୍କୁ କର୍ଣ୍ଣାଟକରେ “୪୦% କମିଶନ ସରକାରୀ ଲୁଟ୍” କାହିଁକି ଦେଖାଗଲା ନାହିଁ। ଏ ନେଇ ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା। ବିଜୟପୁର ଜିଲ୍ଲାର ଏକ ନିର୍ବାଚନୀ ସଭାରେ ସେ ଏହା ମଧ୍ୟ କହିଛନ୍ତି ଯେ କର୍ଣ୍ଣାଟକର ବିକାଶ ତାଙ୍କ ସ୍ୱପ୍ନ ବୋଲି ମୋଦୀ କାହିଁକି କହୁଛନ୍ତି?

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ମୁଁ ଆଶ୍ଚର୍ଯ୍ୟ, କର୍ଣ୍ଣାଟକର ବିକାଶ ମୋର ସ୍ୱପ୍ନ କହୁଥିବା ମୋଦୀ ବିକାଶ କରିନାହାନ୍ତି କାହିଁକି? ଯେତେବେଳେ ତୁମର ସରକାର ୪୦ ପ୍ରତିଶତ କମିଶନ ସରକାର ହୋଇ ଜନସାଧାରଣଙ୍କୁ ଲୁଟୁଥିଲେ, ସେତେବେଳେ କଣ କରୁଥିଲେ ମୋଦୀ?

ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ପ୍ରସଙ୍ଗକୁ ନେଇ ​​ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତାମାନେ ଆଲୋଚନା କରୁଛନ୍ତି, କିନ୍ତୁ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରୁ ନାହାନ୍ତି। ସେ କହିଛନ୍ତି ଯେ ବାସ୍ତବ ପ୍ରସଙ୍ଗ ହେଉଛି ରାଜ୍ୟର ବିକାଶ, ଡାକ୍ତରଖାନା ନିର୍ମାଣ, ଚାଷୀଙ୍କୁ ରିଲିଫ୍, ମୁଦ୍ରାସ୍ଫୀତିରୁ ମହିଳାମାନଙ୍କୁ ଆଶ୍ବସ୍ତି ଦେବା, ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା।

ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକରେ ବିଜେପି ସରକାର ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ କରିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି କ୍ଷମତାକୁ ଆସିବା ପରେ ଲୁଟ୍ କରିବା ଏବଂ ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ