Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୭/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ପ୍ରଶାସନ ଗଜପତି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ -୪ ଠାରେ ଜିଲ୍ଲାର ୪ ଗୋଟି ବ୍ଲକ ଯଥା ଗୁମ୍ମା ରାୟଗଡ଼ ଓ ଗୋଷାଣି, କାଶିନଗର ର ସରକାରୀ ଆଦିବାସୀ ଛତ୍ରାବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ପରିଚାଳକ ଓ ମେଟ୍ରୋନ ମାନଙ୍କ ନିମନ୍ତେ ଶିଶୁସୁରକ୍ଷ୍ୟ। ଊପରେ ଏକ ଦିବାସୀୟତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଆଦିବାସି ଛାତ୍ର ନିବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ୮୦ ରୁ ଉର୍ଦ୍ଧ ଆବାଶିକ ପରିଚାଳକ ଓ ମେଟ୍ରୋନ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ଅତିଥୀ ମାନଙ୍କୁ ସ୍ବାଗତ ପ୍ରଦାନ କରିବା ସହ ପରିଚୟ ପ୍ରଦାନ କରିଥିଲେ ଓ ପରେ ପରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଅନ୍ୟାନ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତିର ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର । ସୁରକ୍ଷା ଅଧିକାରିଣୀ ସାରଳା ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା ଏବଂ ସାଧନ ବ୍ୟକ୍ତି ଶ୍ରୀ ଅମୀୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ପ ପରାମର୍ଶ ଦେଇଥିଲେ କି ଶିଶୁମାନେ କିପରି କୌଣସି ପ୍ରକାର ନିର୍ଯାତନର ଶିକାର ନ ହୁଅନ୍ତି କିମ୍ବା ଶୋଷଣ ନ ହୁଅନ୍ତି ସେଥି ପ୍ରତି ଯତ୍ନବାନ ହେବ। ସହ ଯଦି କୌଣସି କର୍ମଚାରୀ କିମ୍ବା ବାହାର ବ୍ୟକ୍ତି ଙ୍କ ଦ୍ବାରା ଶିଶୁ ଯୌନ ନିର୍ଯାତନ। ର ଶିକ।ର ହୁଅନ୍ତି ଆସାମୀ ବିରୁଦ୍ଧରେ ତୂରନ୍ତ ଆଇନ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ମତପୋଷଣ କରିଥିଲେ। । ସେହିପରି ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଜଣାଇଥିଲେ ଆଇନ ଠାରୁ କେହି ଊର୍ଦ୍ଧରେ ନୁହନ୍ତି ଶିଶୁଙ୍କୁ କୌଣସି କ୍ଷତି ପହଞ୍ଚାଇବ। ଅର୍ଥ ଏହାକୁ ନିର୍ଯାତନା ବୋଲି ଧରାଯିବ ଦୋଷିକୁ ଦଣ୍ଡ ମିଳିବ । ସୁରକ୍ଷା ଅଧିକାରୀ ବୁଝାଇଥିଲେ କି କୌଣସି ଶିଶୁ ଶୋଷଣର ଶିକାର ହେଲେ ତୁରନ୍ତ ଚାଇଲ୍ଡ ହେଲ୍ପ ଡ଼େସ୍କ କୁ ଜଣାଇବା ଦରକାର । ସେହିପରି ମଙ୍ଗଳ ଅଧିକାରୀ କହିଥିଲେକି ଶିଶୁ ସୁରକ୍ଷ। ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ ଏଥିପ୍ରତି ସମସ୍ତେ ସତର୍କ ରହିବା ସହ ଶିଶୁ ମାନଙ୍କୁ ଉପଯୁକ୍ତ ସୁରକ୍ଷ୍ୟ। ଦେବା ଦରକାର। ଅ।ଜିର ସାଧନ ବ୍ୟକ୍ତି ଅମିୟ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଯୌନ ନିର୍ଯାତନ।ରୁ ଶିଶୁଙ୍କୁ ରକ୍ଷା ଓ ନିରାପତ୍ତା ର ବିଭିନ୍ନ ଦିଗ ଉପରେ ବିଷଦ ଭାବରେ ବୁଝାଇଥିଲେ ଏବଂ ଆବ।ସିକ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀ ଙ୍କୁ ଉପଯୁକ୍ତ ସୁରକ୍ଷା ସହକାରେ ଦାୟିତ୍ବ ନେବା ସହ ଯଦି ଶିଶୁ କୌଣସି ପ୍ରକାର ନିର୍ଯାତନର ଶିକାର ହୋଇଛି ତେବେ ତୁରନ୍ତ ରିପୋର୍ଟିଂ କରିବା ଆବଶ୍ୟକ ବୋଲି ଆଲୋଚନା କରିଥିଲେ । ସେହିପରି ଆଜି ତା ୬.୧.୨୦୨୫ ରିଖରେ ଗଜପତି ଜିଲାର ବଳକା ୩ ଟି ବ୍ଲକ ଯଥା ମୋହନ। , ନୂଆଗଡ, ଓ ରା.ଉଦୟଗିରି ବ୍ଲକ ର ସରକାରୀ ଆଦିବାସୀ ଛତ୍ରାବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ପରିଚାଳକ ଓ ମେଟ୍ରୋନ ମାନଙ୍କ ନିମନ୍ତେ ଶିଶୁସୁରକ୍ଷା ଊପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ରା.ଉଦୟଗିରି ବ୍ଲକ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନ ବ୍ୟକ୍ତି ଅମିୟ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଯୌନ ନିର୍ଯାତନ।ରୁ ଶିଶୁଙ୍କୁ ରକ୍ଷା ଓ ନିରାପତ୍ତା ର ବିଭିନ୍ନ ଦିଗ ଉପରେ ବିଷଦ ଭାବରେ ଉପସ୍ଥିତ ଅଂଶଗ୍ରହଣ କାରୀଙ୍କୁ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲାରିମେନ୍ ଖର୍ସେଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସଲମନ୍ ରାଇକା ଏବଂ ଜିଲ୍ଲା ଶିସୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories