Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସା: ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଆଣିବାକୁ ମୋଦୀଙ୍କୁ ରାହୁଲଙ୍କ ଅପିଲ

ମଣିପୁର: ମଣିପୁରରେ ମେତାଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରି ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିରୋଧ ପ୍ରଦର୍ଶନ ଏବେ ଏକ ହିଂସାତ୍ମକ ରୂପ ନେଇଛି। ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ପରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, ମଣିପୁରରେ ଆଇନ ଶୃଙ୍ଖଳା ଦ୍ରୁତଗତିରେ ଖରାପ ଆଡକୁ ଗତି କରୁଛି। ଏଭଳି ପରିସ୍ଥିତିକୁ ନେଇ ମୁଁ ଗଭୀର ଭାବେ ଚିନ୍ତିତ। ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଆଣିବା ଉପରେ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ୍। ମୁଁ ମଣିପୁରବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରୁଛି। ” ଏଥି ସହିତ ରାଜ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍ମି ଏବଂ ଆସାମ ରାଇଫଲ୍ସ ନିୟୋଜିତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ ସାତ ହଜାରରୁ ଅଧିକ ଲୋକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆହୁରି ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଗତକାଲି ରାତିରେ ସେନା ଏବଂ ଆସାମ ରାଇଫଲ୍ସ ଡକାଯାଇଥିଲା, ଏହା ପରେ ରାଜ୍ୟ ପୋଲିସର ସହାୟତାରେ ହିଂସାକୁ ନିୟନ୍ତ୍ରଣକୁ ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ