Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସୟୁଜେ ଓଡ଼ିଶା ର ୫ ମ ବାର୍ଷିକ ଉତ୍ସବ।ବିପଦକୁ ନ ଡରି ସତ୍ୟର ସାମ୍ନା କର – ମନ୍ତ୍ରୀ ସୁରେଶ ପୂଜାରୀ।

ଭୁବନେଶ୍ୱର:୭/୨(ଗରୁଡ଼ ଧ୍ଵଜ ଚୌଧୁରୀ)ସତ୍ୟ, ଦ୍ଵାପର, ତ୍ରେତୟା ଓ କଳିଯୁଗ ରେ ସଦା ସତ୍ୟର ଜୟ । କଣ୍ଟକିତ ପଥରେ ସାମ୍ବାଦିକତା ବୃତ୍ତିରେ ଥିବା ସାମ୍ବାଦିକ ଜୀବନ କୁ ବିପନ୍ନ ଖବର ପରିବେଷଣ କରୁଥିଲେ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ନ ମିଳିବା ପରିତାପର ବିଷୟ। ଗଣମାଧ୍ୟମ ବିପନ୍ନ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ।ସତ୍ୟର ସାମ୍ନା କରି ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିଲେ ମଧ୍ୟ ସତ୍ୟରୁ ବିଚ୍ୟୁତ ନ ହେବା ସମସ୍ତ ଙ୍କ ପାଇଁ ଉଦାହରଣ।୪ର୍ଥ ସ୍ତମ୍ବ ଦୋଷ ଦୁର୍ବଳତା ପଦାକୁ ଆଣିଲେ ଅନ୍ୟ ୩ ଟି ସ୍ତମ୍ବ ସୁଦୃଢ ହୋଇଥାଏ। ସାମ୍ବାଦିକ ମାନଙ୍କ ସର୍ବ ନିମ୍ନ ଦାବି କୁ ସରକାର ପୁରଣ କରିବା ସହିତ ସେମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ସଚେତନ ରହିଲେ ସାମ୍ବାଦିକ ମାନେ ଅଧିକ ଉତ୍ସାହିତ ହେବା ସହିତ ସତ୍ୟ ଖବର ପରିବେଷଣ କରିବେ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ୫ ମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନୟୁଜେର ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତାରୁ ରାଜନୀକୁ ଅନେକ ଆସିଥାନ୍ତି କିନ୍ତୁ ରାଜନୀତିରୁ ସାମ୍ବାଦିକତାକୁ ଆପଣେଇବା ସମାଜସେବା ବିରଳ ନମୁନା। ମୁଖ୍ୟ ବକ୍ତା ଭାବେ ଧୂରିଣ ସାମ୍ବାଦିକ ରାଜାରାମ ଶତପଥୀ ଯୋଗ ଦେଇ ସାମାନ୍ୟ ଖବର ଟିଏ ଏକ ଅଂଚଳ ସମେତ ରାଜ୍ୟ ଓ ରାଷ୍ଟ୍ର ର ପ୍ରଗତି ରେ ସହାୟ ହୋଇଥାଏ। ଅନ୍ୟ ମାନଙ୍କ ମଧ୍ୟରେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ଜାତୀୟ ସମ୍ପାଦକ ବବୁଲ ସିଂ ପ୍ରମୁଖ ସମ୍ମାନୀତ ଭାବେ ଯୋଗ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ପ୍ରାକ୍ ସୂଚନା ରଖିଥିବା ଉପସଭାପତି ବାସୁଦେବ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ରଖିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ମେହେବୁବ ମହତାବ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସରରେ ସଂଗଠନ ର ମୁଖପତ୍ର ସଙ୍କଳ୍ପ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ମୁଖ୍ୟ ସମ୍ପାଦକ ବାସୁଦେବ ତ୍ରିପାଠୀ ସଂଚାଳନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଭାବେ ଅନୁଗୋଳ, ଝାରସୁଗୁଡ଼ା, କଟକ, କେଉଁଝର ଓ କୋରାପୁଟ ଜିଲ୍ଲା ଶାଖା କୁ ସମ୍ମାନୀତ କରାଯାଇଥିଲା। ଶେଷରେ ବରିଷ୍ଠ ଉପ ସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର, ଦିଲିପ କୁମାର ମିଶ୍ର, ଚିନ୍ତାମଣି ପାଢ଼ୀ, ରାଜ୍ୟ କର୍ମକର୍ତ୍ତା ଶଶାଙ୍କ ଶେଖର ଝାଙ୍କର, ଶିବାଶିଷ ମହାନ୍ତି,ସନ୍ତୋଷ ସ୍ଵାଇଁ, ରମେଶ ପ୍ରଧାନ, ଶିଶିର କୁମାର ଦାଶ, ନିବେଦିତା ସିଂ, ନଚିକେତା ସାହୁ, ସ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l