Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ; ମୋଦୀଙ୍କୁ ଟାର୍ଗେଟ୍‌ କଲେ ରାହୁଲ, କହିଲେ ବେଟି ବଚାଓ କେବଳ ଏକ ନାଟକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧା ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ଚାଲିଥିବା କଳହକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ଝିଅମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ବିଜେପି ଉପରେ ଘୋର ବର୍ଷିଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଦେଶର ଖେଳାଳିଙ୍କ ସହ ଏପରି ଆଚରଣ ଅତ୍ୟନ୍ତ ଲଜ୍ଜାଜନକ। ‘ବେଟି ବାଚାଓ’ କେବଳ ଗୋଟେ ନାଟକ! ବାସ୍ତବରେ ବିଜେପି ସରକାର ଦେଶର ଝିଅମାନଙ୍କୁ ନିର୍ଯାତନା ଦେବାରୁ ମଧ୍ୟ ପଛକୁ ହଟୁନି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏ ବାବଦରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଯେଉଁ ମହିଳା କ୍ରୀଡ଼ାବିତ୍‌ମାନେ କଠିନ ପରିଶ୍ରମ କରି ଏବଂ ନିଷ୍ଠା ସହିତ ଦେଶ ତଥା ସେମାନଙ୍କ ପରିବାର ପାଇଁ ଗୌରବ ଅର୍ଜନ କରିଛନ୍ତି ସେମାନଙ୍କ ଲୁହ ଦେଖି ଅତ୍ୟନ୍ତ ଦୁଃଖ ଲାଗୁଛି। ସେମାନଙ୍କୁ ନ୍ୟାୟ ମିଳିବା ଉଚିତ୍। ”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ