ବିକ୍ରମ ସ୍କାରକୀ କ୍ରିକେଟ ପ୍ରତିଯୋଗିତା : ଧଅଁରାମାଲକୁ ହରାଇ ସେମିଫାଇନାଲରେ ଦହିଖାଲ ଦଳ


କଳାହାଣ୍ଡି, ୦୮/୦୨-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁରସ୍ଥିତ ଜୟ ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ବିକ୍ରମ ବାଗ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ଅନୁଷ୍ଠିତ ଲିଗ ପର୍ଯ୍ୟାୟ ମ୍ୟାଚ ସାନଧାର ପୁର ଓ ଷ୍ଟେସନ ଦହିଖାଲ ମଧ୍ୟରେ ହୋଇଥିବାବେଳେ ଷ୍ଟେସନ ଦହିଖାଲ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ଲିଗ ମ୍ୟାଚ ଧଅଁରାମାଲ ଓ କନକପୁର ମଧ୍ୟରେ ଖେଳାଯାଇଥିବାବେଳେ ଧଅଁରାମାଲ ଦଳ ବିଜୟୀ ହୋଇଥିଲା। ଏହାପରେ ଧଅଁରାମାଲ ଓ ଷ୍ଟେସନ ଦହିଖାଲ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୍ୱିକେଟ ହରାଇ ୧୦୪ ସଂଗ୍ରହ କରିଥିବାବେଳେ ଧଅଁରାମାଲ ଦଳ ୧୦୫ ରନର ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ୍ୱିକେଟ ହରାଇ ୯୬ ରନ କରି ପରାଜିତ ହୋଇଥିଲେ। ଆଜିର ମ୍ୟାଚଗୁଡ଼ିକୁ ଯୁଜେଷ୍ଟି ଛତର, ହେମନ୍ତ ଛତର, ସନ୍ତୋଷ ଜାଲ, ସୁମିତ ବାଗ ପ୍ରମୁଖ ପରିଚାଳନା କରିଥିବାବେଳେ ସୁଶାନ୍ତ ଛତର ସ୍କୋରର ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତା ପରିଚାଳନାରେ ଅନୁଷ୍ଠାନର ସଭାପତି ଗିରିଧାରୀ ମାଝୀ, କର୍ମକର୍ତ୍ତା ବଂଶୀ ସାଗର, କେତନ ବାଗ, ଲଳିତ ଛତର, ଜଗଦୀଶ ସାଗର, ନୀତେଶ ସୁନା, ସଞ୍ଜୟ ଲୋହରା, ଶିବାଜୀ କରୁଆଁ, ଶଶୀ କରୁଆଁ, ବୈଲୋଚନ ଛତର, ରାକେଶ କୁମାରଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ନର୍ଲା, ଭବାନୀପାଟଣା, ରାୟଗଡ଼ା ଜିଲ୍ଲାର ଷ୍ଟେସନ ଦହିଖାଲ ସହିତ ମୋଟ ୧୬ ଗୋଟି କ୍ରିକେଟ ଦଳ ଭାଗ ନେଇଛନ୍ତି।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।