୨ ଦିନିଆ ଓଡ଼ିଶା ଗସ୍ତରେ ସିଜେଆଇ


ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଜେଆଇ।

ସେ ଶନିବାର ଦିନ କଟକ ଜୁଡିସିଆଲ୍ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ୍‌ କନ୍ଫରେନ୍ସ ଅନ୍‌ “ଡିଜିଟାଇଜେସନ୍, ପେପରଲେସ୍ କୋର୍ଟ ଏବଂ ଇ-ଷ୍ଟେପ୍‌” ଉପରେ ଜାତୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଫେବୃଆରୀ ମାସରେ ସେ ଓଡିଶାର ୧୦ ଟି ଜିଲ୍ଲାରେ ‘ଭର୍ଚୁଆଲ୍ ହାଇକୋର୍ଟ’ ଉଦ୍‌ଘାଟନ କରିଥିଲେ।