Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ କେରଳ ଷ୍ଟୋରୀ ଇସ୍‌ଲାମ୍‌ ବିରୋଧୀ ଫିଲ୍ମ ନୁହେଁ : କେରଳ ହାଇକୋର୍ଟ

କେରଳ: ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ବିବାଦ ଜାରି ରହିଛି। ଗୋଟିଏ ପଟେ ମୁସଲମାନ ସମ୍ପ୍ରଦାୟ ଏହି ଫିଲ୍ମକୁ ବିରୋଧ କରୁଥିବାବେଳେ ଅନ୍ୟ ପଟେ ରାଜନୀତିରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। ଏହି ଫିଲ୍ମ ଆଜି ଅର୍ଥାତ୍‌ ଆସନ୍ତା ୫ ତାରିଖରେ ରିଲିଜ ହୋଇଛି। କିନ୍ତୁ ଏହାପୂର୍ବରୁ ଫିଲ୍ମକୁ ବଏକଟ କରିବା ଏବଂ ଏହାକୁ ରିଲିଜରୁ ନିବୃତ୍ତ କରିବାକୁ ଦାବି ରହିଛି। ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଛି। କିନ୍ତୁ ସୁପ୍ରିମକୋର୍ଟ କୌଣସି ପ୍ରକାରେ ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ କେରଳର ୩୨ ହଜାର ମହିଳାଙ୍କୁ ଜବରଦସ୍ତ ରୂପାନ୍ତରିତ ଏବଂ ଆଇଏସଆଇଏସରେ ଅନ୍ତର୍ଭୁକ୍ତ କରାଯିବାର କାହାଣୀ ଏହି ଚଳଚ୍ଚିତ୍ରରେ ଦେଖାଯାଇଛି। ଚଳଚ୍ଚିତ୍ରରେ ଦେଖାଯାଇଥିବା ଏହି କାହାଣୀକୁ ନକଲି ବୋଲି ବର୍ଣ୍ଣନା କରି ସମାଜର କିଛି ଲୋକ ଏହାକୁ ବିରୋଧ କରୁଛନ୍ତି।

ଫିଲ୍ମ ‘କେରଳ ଷ୍ଟୋରୀ’ ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଯେଉଁଥିରେ ଅଦା ଶର୍ମା, ଯୋଗିତା ବିହାନୀ, ସୋନିଆ ବାଲାନି ଏବଂ ସିଦ୍ଧି ଇଦାନୀଙ୍କ ଭଳି କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ‘କେରଳ ଷ୍ଟୋରୀ’ ହେଉଛି ଦକ୍ଷିଣ ଭାରତର ରାଜ୍ୟ କେରଳର ୩୨ ହଜାର ମହିଳାଙ୍କ କାହାଣୀ। ଚଳଚ୍ଚିତ୍ର ଦାବି କରିଛି ଯେ ଏହି ମହିଳାମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରାଯାଇ ସିରିଆକୁ ପଠାଯାଇଛି।

ଏହାର ଟ୍ରେଲର ରିଲିଜ ହେବା ପରେ ଫିଲ୍ମ ବିବାଦ ଘେରକୁ ଆସିଥିଲା ​​ଏବଂ ଲୋକମାନେ ଏହାର ରିଲିଜକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବା ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟ ‘କେରଳ ଷ୍ଟୋରୀ’ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଫିଲ୍ମକୁ ସେନସର ବୋର୍ଡ ଅନୁମୋଦନ କରିଛି ତେଣୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଫିଲ୍ମକୁ ଚ୍ୟାଲେଞ୍ଜ କରିବାକୁ ପଡିବ, ତେବେ ଆପଣଙ୍କୁ ସମସ୍ତ ପ୍ରମାଣ ସହିତ ଏହାକୁ ସଠିକ୍ ଭାବରେ ଚ୍ୟାଲେଞ୍ଜ କରିବାକୁ ପଡିବ। ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ଏବଂ ଫିଲ୍ମ ନିର୍ମାତା ଦାବି କରିଛନ୍ତି ଯେ ଫିଲ୍ମର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ ବୋଲି କହିଛନ୍ତି। ବିରୋଧ କରାଯିବା ସତ୍ତ୍ବେ ମଧ୍ୟ ସେମାନେ ନିଜ ଆଭିମୁଖ୍ୟରେ ଅଟଳ ଅଛନ୍ତି।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଶୁକ୍ରବାର କେରଳ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ କୋର୍ଟ କହିଛନ୍ତି କେରଳ ଏହି ପ୍ରସଙ୍ଗରେ ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ। ଏହା ପୂର୍ବରୁ ମଧ୍ୟ ଅନେକ ଚଳଚ୍ଚିତ୍ର ଆସିଛି ଏହା ସତ୍ତ୍ବେ ବି ପରିବେଶ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥିଲା। ଏହାସହ କୋର୍ଟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଇସଲାମ ବିରୁଦ୍ଧରେ କ’ଣ ଅଛି ତାହା ଆମେ ବୁଝିପାରୁ ନାହୁଁ, କାରଣ ଏହି ଫିଲ୍ମ ଆଇଏସଆଇଏସ ବିରୋଧରେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ