କିଟ୍ ମାମଲାରେ ୫ ଜଣ ଗିରଫ


ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତି ଅଶାନ୍ତିକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଘଟଣାରେ କିଟ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗ ନୋଟିସ୍ କରିଛି । ସେପଟେ ବିଶ୍ବବିଦ୍ୟାଳୟ ପରିସରରେ ଅଶାନ୍ତି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଭିଡିଓ ଫୁଟେଜ ଆଧାରରେ କମିଶନରେଟ ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଛାତ୍ର ଉତ୍ତେଜନା ବେଳେ ମୁଥା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଜାମିନ ନାମଞ୍ଜୁର ହେବା ପରେ ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ ଝାରପଡ଼ା ଜେଲକୁ ସମସ୍ତଙ୍କୁ ପଠାଇ ଦିଆଯାଇଛି ।

୧୭ ତାରିଖରେ ଛାତ୍ରଛାତ୍ରୀ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଗିରଫ ଅଭିଯୁକ୍ତ ଓ ଅନ୍ୟ କର୍ମଚାରୀ ହଠାତ ସେଠାରୁ ଚାଲିଯିବାକୁ କହିଥିଲେ । ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଅଭିଯୁକ୍ତମାନେ ହଠାତ୍ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କିଟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦୁଇ ସୁରକ୍ଷା କର୍ମୀଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ କର୍ମଚାରୀ ଅଛନ୍ତି । ୧୭ ତାରିଖ ରାତିରେ ଏହି ଘଟଣାକୁ ନେଇ ବିବାଦ ତେଜିଛି ।  ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି ।