ଏଣିକି ଟ୍ରେନ୍‌ରେ ଯାତ୍ରା କରିପାରିବେ ପୋଷା କୁକୁର,ବିଲେଇ; ଖୁବ୍‌ ଶୀଘ୍ର ଆରମ୍ଭ ହେବ ଟିକେଟ୍‌ ବୁକିଂ


ନୂଆଦିଲ୍ଲୀ: ପେଟ୍‌ ପ୍ୟାରେଣ୍ଟସ୍‌ଙ୍କ ଲାଗି ଖୁସି ଖବର। ଏଣିକି ଟ୍ରେନରେ ମାଲିକ ନିଜ ପେଟ୍‌ଙ୍କ ସହ ଯାତ୍ରା କରିପାରିବେ। ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଯେଉଁ ଯାତ୍ରୀମାନେ ନିଜ ପେଟ୍‌ଙ୍କ ସହ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁବ୍‌ଶୀଘ୍ର ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ହେବାକୁ ଯାଉଛି।
ପେଟ୍‌ଙ୍କ ପାଇଁ ବୁକିଂ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଆଉ ଲମ୍ବା ଧାଡିରେ ଛିଡା ହେବାକୁ ପଡ଼ିବନି। ଯାତ୍ରୀମାନଙ୍କୁ ଦ୍ୱିତୀୟ ଶ୍ରେଣୀର ଲଗେଜ୍ ଏବଂ ବ୍ରେକ୍ ଭ୍ୟାନ୍ ରେ ଏକ ବାକ୍ସ ଭିତରେ ଗୃହପାଳିତ ପଶୁମାନଙ୍କୁ ନେବାକୁ ମଧ୍ୟ ଅନୁମତି ମିଳିବ।