Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସା; ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ

ମଣିପୁର: ବଢିଚାଲିଛି ମଣିପୁର ହିଂସା। ହିଂସା ଯୋଗୁ ମଣିପୁରରେ ସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ଏକ ସମ୍ବେଦନଶୀଳ ମାମଲାରେ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଏବଂ ସମସ୍ତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ / ସ୍ପେଶାଲ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ଚଳେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟରେ ସେନା ଏବଂ ଆସାମ ରାଇଫଲଙ୍କୁ ନିୟୋଜିତ କରାଯାଇଛି। ମଣିପୁରରେ ୧୫୦୦ ସାମରିକ ବାହିନୀର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏହାସହିତ ୫୦୦ରୁ ଅଧିକ ରାପିଡ୍‌ ଆକ୍ସନ୍ କର୍ମଚାରୀଙ୍କ ପାଞ୍ଚଟି ଫୋର୍ସ ମଣିପୁରରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ମଣିପୁର ହିଂସାରେ ଗଲାଣି ୫୪ ଜଣଙ୍କ ଜୀବନ।

ଆଦିବାସୀ ଛାତ୍ର ସଂଘ ୟୁନିଅନ ଦ୍ୱାରା ଡକାଯାଇଥିବା ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ୍ଚ’ ସମୟରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ସଂଘର୍ଷ ହେବାର ଗୋଟିଏ ଦିନ ପରେ ଏହି ନିର୍ଦ୍ଦେଶ ଆସିଛି। ଏପ୍ରିଲ ୧୯ରେ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ମେଟେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଅନ୍ତର୍ଭୁକ୍ତ କରାଯିବାର ଦାବି ବିରୋଧରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।

ମେଟେଇ ମଣିପୁରର ବୃହତ୍ତମ ସମ୍ପ୍ରଦାୟ। ଯାହା ରାଜ୍ୟର ଜନସଂଖ୍ୟାର ପ୍ରାୟ ୬୪.୬%।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ