ଘରେ ପଶି ମହିଳାଙ୍କୁ ଆକ୍ରମଣ କରି ଡକାୟତି


ଭଦ୍ରକ: ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ଶସସ୍ତ୍ର ଡକାୟତି । ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ନାୟକାଣିଡିହି ଗାଁରେ ରାତି ପ୍ରାୟ ୨ଟା ସମୟରେ ଦୁଇ ଜଣ ଲୁଟେରା ମୁହଁରେ କଳା ମୁଖା ପିନ୍ଧି ଲୁଟ ପାଇଁ କମଳାକାନ୍ତ ସାହୁଙ୍କ ଘରେ ପସିଥିଲେ । ଲୁଟ ସମୟରେ ବୋହୁ ଲକ୍ଷ୍ମୀପ୍ରିୟା ଉଠିବାରୁ ତାଙ୍କ ମୁଣ୍ତକୁ ଭୁଜାଲିରେ ହାଣି ପକାଇଥିଲେ । ଅନ୍ୟ ଜଣେ ବୋହୂ ଡାକ ପକାଇବାରୁ ଲୁଟେର ମାନେ ସେଠାରୁ ପଳାଇ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ  ତାଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ସଙ୍କଟାପନ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣ ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।