Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଣିପୁର ହିଂସା; ବିବାଦର ମୂଳ କାରଣ ଅଫିମ ଚାଷ

ଇମ୍ଫାଲ: ହିଂସାରେ ଜଳୁଛି ମଣିପୁର। ହିଂସା ଯୋଗୁ ପ୍ରାୟ ୫୪ ଅଧିକ ଲୋକ ପ୍ରାଣ ହରାଇଲେଣି। ତେବେ ଚାଲିଥିବା ହିଂସା ପଛର ମୂଳ କାରଣ ହେଉଛି ଅଫିମ ଚାଷ। ଅଫିମ ଚାଷକୁ କେନ୍ଦ୍ର କରି ଏହି ହିଂସା ଉପୁଜିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ଜଣାପଡ଼ିଛି। ୨୦୨୨-୨୩ରେ ୪ ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି। ତେବେ ଏହି ବେଆଇନ ଅଫିମ ଚାଷ ହିଁ ମଣିପୁର ହିଂସାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଅଫିମ ଚାଷ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି ।

ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।