Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଶ୍ରମ ବିଭାଗ,ଶିଶୁ ସୁରକ୍ଷା ୟୁନିଟ୍ , ଚାଇଲ୍ଡ ହେଲ୍ପ ଲାଇନ ଓ ପୋଲିସର ମିଳିତ ଚଢାଉ ହୋଟେଲ ରୁ ୨ ଜଣ ଶିଶୁ ଶ୍ରମିକ ଉଦ୍ଧାର

ଜିଲ୍ଲା ଶ୍ରମ ବିଭାଗ,ଶିଶୁ ସୁରକ୍ଷା ୟୁନିଟ୍ , ଚାଇଲ୍ଡ ହେଲ୍ପ ଲାଇନ ଓ ପୋଲିସର ମିଳିତ ଚଢାଉ ହୋଟେଲ ରୁ ୨ ଜଣ ଶିଶୁ ଶ୍ରମିକ ଉଦ୍ଧାର
ପାରଳାଖେମୁଣ୍ଡି:୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲାରୁ ସମ୍ପୂର୍ଣ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ ଟିମ ଶିଶୁ ମlନଙ୍କୁ ବିପଦ ସଙ୍କୁଳ ଅବସ୍ଥାରୁ ଉଦ୍ଧାର କରି ଥଇଥାନ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ l ମିଳିତ ଟିମ ଗତ 28-2-2025 ଠାରୁ 02-03-2025 ପର୍ଯନ୍ତ ଦୁଇଦିନ ଧରି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନକୁ ଗସ୍ତ କରି ଯଥା ହୋଟେଲ , ଗ୍ୟାରେଜେ ,ତେଜରାତି ଦୋକାନ, ଜଳଖିଆ ଦୋକାନ , ସପିଂ ମଲ ,ରlସ୍ତା କଡରେ ବିକୁଥିବା ଠେଲାଗାଡି ଦୋକାନ ମlନକୁ ଅତର୍କିତ ଚଢାଉ କରି ଦୁଇଜଣ ନାବାଳକ ଶିଶୁଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟଟରେ ଉପସ୍ଥାପନ କରିଥିଲେ l ଶିଶୁ କଲ୍ୟାଣ ସମିତି ଶିଶୁଙ୍କ ବୟାନ ଗ୍ରହଣ କରିବା ପରେ ଶିଶୁଙ୍କ ତଥ୍ୟ ସଂଗ୍ରହ କରି ଜଣେ ଶିଶୁଙ୍କୁ ତାଙ୍କ ପିତା ମାତାଙ୍କୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଶିଶୁର ଶିକ୍ଷା ନିମନ୍ତେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି ଓ ଅନ୍ୟ ଏକ ଶିଶୁଙ୍କୁ ପାରଳାଖେମୁଣ୍ଡି ର ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମ ରେ ଥଇଥାନ କରାଯାଇଛି ତାଙ୍କର ରହିବା ଖାଇବା ଓ ପାଠପଢା ଦାୟିତ୍ବ ଜିଲା ପ୍ରଶାସନ ହାତକୁ ନେଇଛନ୍ତି ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ତରଫରୁ ଶିଶୁ ଶ୍ରମିକ ନିୟୋଜନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories