Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ନେତାଙ୍କ ଦାଦାଗିରି: ସେକି ଦେଲେ ମହିଳା କର୍ମୀ

ରାଉରକେଲା: ଆଥଲେଟିକ ଟ୍ରାକରେ ଚାଲିଲା ଗାଡି । ବିଜେପି ନେତା ଦେଖାଉଥିଲେ ଦବଙ୍ଗଗିରି । ଫୁଟବଲ ପଡ଼ିଆରେ ବାଇକ ବୁଲାଇବାକୁ ବିରୋଧ କରି ସେକି ଦେଲେ ଜଣେ ମହିଳା କର୍ମୀ । ଏମିତି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ ।

ରାଉରକେଲାରେ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ଜଣେ ଯୁବ ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ପ୍ରବେଶ ପଥରେ ସୁରକ୍ଷା କର୍ମୀଙ୍କୁ ଧକ୍କା ଦେଇ ଷ୍ଟାଡିୟମ୍ ଭିତରକୁ ବାଇକ୍ ଧରି ପଶିଥିଲେ ଜଣେ ବିଜେପି ନେତା । ବାଇକ୍‌କୁ ଆଥଲେଟିକ ଟ୍ରାକରେ ଧରି ବୁଲିବା ପରେ ଷ୍ଟାଡିୟମର କିଛି ଯୁବକର୍ମୀ ଓ ମହିଳା ନେତ୍ରୀ ବିରୋଧ କରିଥିଲେ । ଏହାକୁ ନେଇ ଷ୍ଟାଡିୟମ୍ ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହି ସମୟରେ ମହିଳା କର୍ମୀ ଜଣଙ୍କ ସମ୍ପୃକ୍ତ ଯୁବ ନେତାଙ୍କୁ ମାଡ଼ ମାରିଥିବା ଶୁଣିବାକୁ ମିଳୁଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ