Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ତୁଆବାଡ଼ି ଗାଁର ପୂର୍ବତନ ୱାର୍ଡ ସଭ୍ୟଙ୍କୁ ନିର୍ମମ ହତ୍ୟା ଘଟଣାରେ ୪ ଗିରଫ

ପାରଳାଖେମୁଣ୍ଡି:୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ପୂର୍ବତନ ୱାର୍ଡ ସଭ୍ୟଙ୍କୁ ନିର୍ମମ ହତ୍ୟା ଘଟଣାର ଜିଲ୍ଲା ପୋଲିସ ପର୍ଦାଫାଶ କରିଛି. ଏହି ନିର୍ମମ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ ଆଜି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗତ ୩ ତାରିଖ ରାତିରେ ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଗାଁର ପୂର୍ବତନ ୱାର୍ଡ ସଭ୍ୟ ତିରିସିଂ ମୁଠାମାଝୀ (୪୫)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପରେ ଦୁର୍ବୃତ୍ତମାନେ ବାଇକ୍‌ରେ ରଶି ବାନ୍ଧି ତାଙ୍କୁ ଘୋଷାଡ଼ି ନେଇ ତିନି କିଲୋମିଟର ଦୂର ରାସ୍ତାକଡ଼ରେ ଫୋପାଡ଼ିଦେଇଥିଲେ | କଟାମା ଗାଁ ନିକଟରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କ ଶବ ମିଳିଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଧୀନ ଦାହୁ ଗ୍ରାମର ସୁରେଶ ମାଝୀ, ସାମସନ ମଲ୍ଲିକ, ଅଡ଼ବା ଥାନା ଅଧୀନ ପାଜୁଗୁଡ଼ି ଗ୍ରାମାର ମନୋଜ ମାଝୀ ଓ ତୁଆବା ଗ୍ରାମର ବିଶ୍ଵରଞ୍ଜନ ଉଠାନସିଂ । ସେମାନଙ୍କୁ ଆଜି କୋୖର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି. ସମ୍ପୃକ୍ତ ଘଟଣା ନେଇ ଗଜପତି ଏସ୍‌ପି ଯତିନ୍ଦ୍ରନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିଯେ, ଅଭିଯୁକ୍ତ ସୁରେଶର ବଡ଼ଭାଇ ଜଣେ ମାଓବାଦୀ ଥିଲେ। ସେ ଏକେ-୪୭ ବନ୍ଧୁକରେ ଗୁଳି କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରମୁଖ ସାକ୍ଷୀ ଥିଲେ ପୂର୍ବତନ ୱାର୍ଡ ସଭ୍ୟ ତିରିସିଂ ମୁଠାମାଝି. ଚଳିତ ୬ ତାରିଖରେ ସେ କୋର୍ଟରେ ସାକ୍ଷ୍ୟ ବୟାନ ଦେବାର ଥିଲା | ଏଣୁ, କଥାବାର୍ତ୍ତା କରିବାର ଆଳ ଦେଖାଇ ସୁରେଶଙ୍କ ସହ ଅନ୍ୟ ତିନି ଜଣ ଅଭିଯୁକ୍ତ ମିଶି ତିରିସିଂଙ୍କୁ ଘରୁ ଡାକି ନେଇଥିଲେ. ସେ ଫେରିବା ବେଳେ ତାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ତିରିସିଂ ତଳେ ପଡ଼ିଯିବା ପରେ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ତା’ପରେ ତାଙ୍କୁ ବାଇକ୍‌ରେ ବାନ୍ଧି ଘୋଷାଡ଼ି ନେଇ ତିନି କିମି ଦୂର କଟାମା ଗ୍ରାମର ପାଣିଟାଙ୍କି ପାଖରେ ପକାଇ ଚାଲିଯାଇଥିଲେ । ପରେ ପୁଲିସ ଘଟଣା ଜାଣିବା ପରେ ପହଞ୍ଚି ମୃତଦେହ ସହ ଏକ ବାଇକ୍ ଜବତ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ଡିଏସ୍‌ପି ଅମିତାଭ ପଣ୍ଡା ଓ ଅଡ଼ବା ଥାନାଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ଗଠିତ ହୋଇ ତଦନ୍ତ କରାଯିବା ପରେ ପୋଲିସ ଏହି ଘଟଣାରେ 4 ଜଣଙ୍କୁ ବା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories