Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ କରି ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କଲେଜ ଛକ ଠାରେ ପ୍ରତିବାଦ ସଭା ଓ ଧାରଣା

ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ) କଳିଙ୍ଗର ବରପୁତ୍ର ମହାନାୟକ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ସମଗ୍ର ବିଶ୍ବରେ ଓଡ଼ିଆ ଜାତିର ଅନ୍ୟ ଏକ ପରିଚୟ। ବିଗତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଆସୁଥିଲା। ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ କ୍ୟାଲେଣ୍ଡର ରେ ମଧ୍ଯ ତାହା ସ୍ଥାନ ପାଇଥିଲା। ହେଲେ ହଠାତ୍ ସରକାର ଉକ୍ତ ଦିନ କୁ ପଂଚାୟତରାଜ ଦିବସ ବାତିଲ କରି ଏପ୍ରିଲ ୨୪ ତାରିଖ ଦିନ ପାଳନ କରାଯିବ ବୋଲି ଘୋଷଣା କଲେ।ବିଜୁ ଜନତା ଦଳ ତରଫରୁ ରାଜ୍ୟ ସରକାର ହୀନ ରାଜନୀତି କରୁଥିବା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ , ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ , ବସନ୍ତ ଦାସ , ଉପ ସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍ ବୀର ରାଜୁ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ଶାୟାମା , ଗୁମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ , ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ସୁଧିରଞ୍ଜନ ଦାସ , ବିଶ୍ୱଜିତ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଜନ୍ମ ଦିବସ କାହିଁକି ପଂଚାୟତରାଜ ଦିବସ ଭାବେ ପାଳିତ ହେବା ଉଚିତ୍ ସେ ନେଇ ଆଲୋଚନା କରିଥଲେ। ଉପସ୍ଥିତ ନେତୃମଣ୍ଡଳୀ ରାଜ୍ଯ ସରକାରଙ୍କ ଏହି ଭୁଲ୍ ନିଷ୍ପତ୍ତି କୁ ଦୃଢ଼ ନିନ୍ଦା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories