Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଷ୍ଟିସ କର୍ଣ୍ଣର” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପେଲେସ ଠାରେ ସୁଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପିଲେସ ପରିସରରେ ଜଷ୍ଟିସ କର୍ଣ୍ଣର ଓ ଓଡ଼ିଶା ସୁଚନ ଅଧିକାର ଅଭିଯାନ ର ମିଳିତ ଆନୁକୁଲ୍ୟରେ ସୁଚାନ ଅଧିକାର ଆଇନ କୁ ନେଇ ସୂଚନା ଅଧିକାର କର୍ମୀ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଆଇନଜୀବୀ ତଥା ସାମାଜିକ କର୍ମୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କର୍ଯ୍ୟମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଯୋଗ ଦେଇ ସୂଚନା ଅଧିକାର ଆଇନ ୨୦୦୫ ଭାରତରେ ଲାଗୁ ହେବା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ବହୁ ପରିବର୍ତ୍ତନ ଘଟିଛି ଏଵଂ ରାଜ୍ୟ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ମଧ୍ୟ ବୃଦ୍ଧି ପାଇଛି ଅଧିକାରୀ ଓ କର୍ମଚାରୀ ମାନେ ଜନ ସଧାରଣ ମାନଙ୍କୁ ସୂଚନା ଓ ସେବା ପ୍ରଦାନରେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରୁଛନ୍ତି l ସୁଚନା ଅଧିକାରୀ କର୍ମୀ ମାନେ ମଧ୍ୟ ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି କରୁଛନ୍ତି l ତେବେ ବିଭିନ୍ନ ବିଭାଗକୁ ଅଧିକ ସଚେତନ ଓ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି ବୋଲି ଓଡିଶା ସୁଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ଶ୍ରୀ ପ୍ରଧାନ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଶଶୀଭୂଷଣ ରାଜୁ ଯୋଗ ଦେଇ କହିଥିଲେ ଯେ ଅନେକ ଅଧିକାରୀ ଜାଣିପାରୁ ନଥିବାରୁ ବା ଅନ୍ୟ କୌଣସି କାରଣରୁ ସୂଚନା ପ୍ରଦାନ କରିବାରେ ବିଫଳ ହେଉଥିବାରୁ ଦରଖାସ୍ତ ଗୁଡ଼ିକ ଫାଷ୍ଟ ଅପିଲେଟି ଅଥରିଟି ଓ ପରେ ସୂଚନା କମିଶନ ଙ୍କନିକଟରେ ଅପିଲ ହେଉଛି l ଏହି ଅବହଳା ପାଇଁ ସମ୍ପୃକ୍ତ ସୂଚନା ଅଧିକାରୀଙ୍କୁ ଦଣ୍ଡିତ ହେବାର ଉଦାହରଣ ମଧ୍ୟ ରହିଛି ବୋଲି ଶ୍ରୀରାଜୁ କହିଥିଲେ l ଅନ୍ୟ ତମ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବ ଓ ସାମାଜିକ ଉନ୍ନୟନ ସଂସ୍ଥାର କର୍ଡିନେଟର ବିଭୁ ପ୍ରସାଦ ସାହୂ ଯୋଗ ଦେଇ ସୂଚନା ପ୍ରଦାନ କୁ ନେଇ କେତେକ ସରକାରୀ ଅଧିକାରୀ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ସୂଚନା ଅଧିକାରୀ କର୍ମୀ ମାନେ ଠିକ ସମୟରେ ସୂଚନା ପାଇ ପାରୁ ନାହାଁନ୍ତି l ତେଣୁ ଏଭଳି ଅଧିକାରି ଦଣ୍ଡିତ ହେବା ଦରକାର l ଅନ୍ୟ ମାନଙ୍କ ମଧ୍ୟରେ ସୋସିଆଲ ୱାର୍କର ଶ୍ରୀ କିଶୋର ଚନ୍ଦ୍ର ପାତ୍ର, ସମ୍ପାଦକ ସେବା ସମାଜ (ଗୁଣୁପୁର)ଶ୍ରୀମତୀ ରଜେଶ୍ୱରୀ ଦଳାଇ ପ୍ରମୁଖ ସୂଚନା ଅଧିକାରକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥଲେ l
ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ରେ ସୂଚନା ଅଧିକାର କର୍ମୀଙ୍କ ଭୂମିକା ନେଇ ମଧ୍ୟ ଆଲୋଚନ ହୋଇଥିଲା l ଏଥିରେ ଓଡ଼ିଶା ହାଇକୋର୍ଟ ର ଆଇନଜୀବି ବିନୋଦ ପାଣିଗ୍ରାହୀ ଯୋଗ ଦେଇ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତ ସୂଚନା ଅଧିକାର କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଏହି ଆଲୋଚନା ଚକ୍ରରେ ଗଣମାଧ୍ୟମର ପ୍ରତିନିଧି ଦିଲ୍ଲୀପ ଶତପଥୀ ସମେତ ସି ସିଡି ର ସମ୍ପାଦକ ଏ ଜଗନ୍ନାଥ ରାଜୁ ସମେତ ବହୁ ସଂଖ୍ୟାରେ ସାମାଜିକ ସଂଗଠନ ର କର୍ମ କର୍ତ୍ତା ଯୋଗ ଦେଇଥିଲେ l ଜଷ୍ଟିସ କର୍ଣ୍ଣର ସମ୍ପାଦକ ଜଗନ୍ନାଥ ଚୌଧୁରୀ ସୂଚନା ଅଧିକାର କୁ ନେଇ କହିଥିଲେ l ପରି ଶେଷରେ ଆବାହକ ସଞ୍ଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories