Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବେନେଶ୍ବର ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ରେ ସମ୍ମାନୀତ ହେଲେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀୟାଶ୍ରୀ ପତି।

ପାରଳାଖେମୁଣ୍ଡି:୧୭/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡିଶାର ଲୋକପ୍ରିୟ ନୃତ୍ୟ ଓଡିଶୀ। ଖାଲି ଓଡିଶା, ନୁହେଁ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ନୃତ୍ୟ କେବଳ ଗୋଟେ ନୃତ୍ୟ ନୁହେଁ ଏହା ଏକ ସାଧନା। ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀ ମାନେ ନିଜର ନୃତ୍ୟ ମାଧ୍ୟମରେ ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରିଥାନ୍ତି। ଦୀର୍ଘ ବହୁ ବର୍ଷ ହେଲା ଏହି ନୃତ୍ୟ ସାଧନା କରି ଚର୍ଚ୍ଚାରେ ଭୁବନେଶ୍ଵର ର ଝିଅ ଅନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀୟାଶ୍ରୀ ପତି।ଅନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀୟାଶ୍ରୀ ପତି ଙ୍କୁ ଓଡ଼ିଶା ର ଅଗ୍ରଣୀ ସଂଗଠନ ହାପି ମୁମେଣ୍ଟସ୍ ତରଫରୁ ଆୟୋଜିତ ଆନ୍ତର୍ଜାତିକ ପୁରସ୍କାର ସମାରୋହ ରେ ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ରେ ସମ୍ମାନୀତ କରାଯାଇଛି। କାର୍ଯ୍ୟକ୍ରମ ଟି ଓଡ଼ିଶା ରାଜଧାନୀ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହ,ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅର୍ଜ୍ଜୁନ ପୁରସ୍କାର ପ୍ରାପ୍ତ ମିନତୀ ମହାପାତ୍ର, ହାପି ମୁମେଣ୍ଟସ୍ ଇଣ୍ଡିଆ ର ମୁଖ୍ୟ ରାଜେନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମାନିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l