Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରୁ ବେଆଇନ ଗ୍ରାନାଇଟ୍ ଚୋରା ଚାଲାଣ ବେଳେ ଟିପ୍ପର ଜବତ, ୧ ଲକ୍ଷ ୬ ହଜାର ଜରିମାନା

ପାରଳାଖେମୁଣ୍ଡି:୨୫/୩(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରୁ ବେଆଇନ ଭାବେ ଗ୍ରାନାଇଟ୍ ଚାଲାଣ କରୁଥିବା ଏକ ଟିପ୍ପରକୁ ଖଣି ବିଭାଗ ତରଫରୁ ୧ଲକ୍ଷ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଜିଲ୍ଲା ଖଣି ଅଧୂକାରୀ ଦୀପେନ୍‌ ପରିଡା ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଗୋଷାଣି ବ୍ଲକ ଅନ୍ତର୍ଗତ ଏମଏସ୍‌ପୁର ଗ୍ରାମ ନିକଟରେ ଥିବା ଏକ ପାହାଡରୁ ଏପି ୩୧ ଟିଏ ୦୦୫୯ ନମ୍ବର ବିଶିଷ୍ଟ ଏସଭିଡିଏଲ୍‌ଏସ୍ ସଂସ୍ଥାର ଟିପ୍ପର ବେଆଇନ ଭାବେ ବଡ ବଡଗ୍ରାନାଇଟ ପଥର ଚାଲାଣ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଖଣି ଅଧିକାରୀ ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ଯାଜପୁର ଗ୍ରାମ ନିକଟରେ ଟିପ୍ପରଟିକୁ ଅଟକାଇ ଯାଞ୍ଚ କରିଥିଲେ। ଟିପ୍ପର ନିକଟରେ ଗ୍ରାନାଇଟ୍‌ ପଥର ଚାଲାଣ ନିମନ୍ତେ କୌଣସି କାଗଜପତ୍ର ନଥିଲା । ତୁରନ୍ତ ଉକ୍ତ ଟିପ୍ପରଟିକୁ ଜବତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜିମା ଦେବା ସହ ୧ ଲକ୍ଷ ୬ ହଜାର ଟଙ୍କା ଜୋରିମାନା ଭରିବା ପାଇ ପାଇଁ ନିର୍ଦ୍ଦେଶ ଦେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l