ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ KYN @Arogya Jog Yatra କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


ପାରଳାଖେମୁଣ୍ଡି:୨୬/୩ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଆୟଯୋନ ହୋଇଯାଇଛି ଯାହାର ନାମ ” KYN” ଅଥବା “KNOWYOURNUMBER”ଏହି କର୍ଯ୍ୟକ୍ରମର ଫେଡେରେସନ ଅଫ୍ ଗାଇନୋକୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ସୁନୀତା ତେଣ୍ଡୁ ୱ୍ଆଦାକରଙ୍କ ଉଦ୍ୟମ ଓ ପ୍ରୟାସ ଯୋଗୁଁ ପ୍ରଥମ ଥର ପାଇଁ ତିରୁପତିରେ ଓ ଦ୍ବିତୀୟରେ ରିଷିକେଶରେ ହୋଇଥିଲା, ପ୍ରଥମ ଥର ଓଡିଶାର ପୁରୀ ଜଗନ୍ନାଥଧାମରେ ଏହା ମାର୍ଚ୍ଚ ମାସ କୋଡିଏ ତାରିଖରେ ଶୁଭାରମ୍ଭ ହୋଇଛି ଏହା ଦେଶସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଛି ଏହି କାର୍ଯ୍ୟକ୍ରମରେ ଓଡିଶାର କେବେଳ ଆଠଟି ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇଛି ଯାହା ସବୁ ମେଡିକାଲ କଲେଜ ରେ ହେଇଥିଲା ବେଳେ ଏହା କେବେଳ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଏକ ମାତ୍ର ଜିଲ୍ଲା ସ୍ତରୀୟ ହସପିଟାଲ ଯାହା ଏକ କାର୍ଯ୍ୟକ୍ରମ ଆୟୋଜକ ହୋଇଥିଲା ଯୋଗୁଁ ଏହା ଗୈାରବ ର ବିଷୟ ପାଲଟିଛି,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଳୟ ଗଜପତି ଜିଲ୍ଲାର ସ୍ଥାନ ପାଇଥିବାରୁ ଆମେ ସମସ୍ତେ ଖୁବ୍ ଖୁସି ଓ ଉସ୍ଛାହିତ ଅନୁଭବ କରୁଛୁଏହି ସମାବେଶର ଉଦଘାଟନ ଉତ୍ସବ ଆଜି ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଲ୍ଲୀ ଓ ଡାକ୍ତର ପ୍ରମୋଦ ପଣ୍ଡା ଡାକ୍ତର ଇତିଶ୍ରୀ ମିଶ୍ର ଡାକ୍ତର ରେଗା ଲକ୍ଷ୍ମୀ ପଟ୍ଟନାୟକ ଓ ସବୁବିଭାଗର ସ୍ବାସ୍ଥ କର୍ମଚାରୀଙ୍କ ସହଯୋଗରେ ମା ଓ ଶିଶୁ ଅଟ୍ଟାଳିକାରେ ସୁଚାରୁରୁପେ ଓ ଖୁବ୍ ଆଡମ୍ବରରେ ଅନୁଷ୍ଠିତ କରାଯାଇଥିଲା ଏଥିରେ ଆଶାକର୍ମୀ ଗର୍ଭବତୀ ମହିଳା ଓ ତାଙ୍କର ସମ୍ପର୍କୀୟ ମିଡିଆର ବିଭିନ୍ନ ବ୍ୟକ୍ତିବିଶେଷାଙ୍କ ଯୋଗଦେଇ ଅଭୂତପୂର୍ବ ସଫଳତା କାମନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ସ୍ୱାସ୍ଥ୍ୟର ଚାରୋଟି ବିନ୍ଦୁ ଉପରେ ଚର୍ଚ୍ଚା ହୋଇଥିଲା ,ଏହି ଚାରୋଟି ବିନ୍ଦୁ ପ୍ରସଙ୍ଗ ହେଲା ଯଥା weight, HB%, Blood pressure and Blood sugar ମାପିବା ଓ ନିଜର ନମ୍ବର ବିଷୟରେ ଅଧିକ ସୂଚନା ଓ ଆଲୋଚନା କରିବା ପ୍ରତିବର୍ଷ ନିଜର ସ୍ୱାସ୍ଥ୍ୟର ପରୀକ୍ଷା କରି ଏହି ବିଷୟରେ ସଚେତନ ହେବା ଓ ନିଜକୁ ସୁସ୍ଥ ରଖିବାରେ ପ୍ରଯ୍ଯାପ୍ତ ପ୍ରୟାସ ନିରନ୍ତର ଜାରି ରଖିବା,ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ମହିଳା ମାନଙ୍କର ରିପୋର୍ଟ ଗୁଗୁଲ ଫର୍ମ ମାଧ୍ୟମରେ FOGSI ଅଫିସକୁ ପଠାଯିବାର ବ୍ୟବସ୍ଥା ରହିଛି ଯାହା ଭବିଷ୍ଯତରେ ଏହି ମହିଳା ମାନଙ୍କର ସମସ୍ଯା ନିରୂପଣ ଚିକିତ୍ସା ଓ ଯତ୍ନ ବିଷୟରେ ଭବିଷ୍ୟତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିବ ଏବଂ ଭାରତରେ ସ୍ରୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମୀକ୍ଷା ହୋଇ ସବୁ ବର୍ଗର ସମସ୍ତ ସମସ୍ୟାର ଏକ ସ୍ବତନ୍ତ୍ର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇ ଏହା ମାନଦଣ୍ଡ ପ୍ରଚଳନ କରାଯିବାର ଲକ୍ଷ୍ୟ ରଖାଯାଇଛି Aarogya Jog Yatra ଏହା ଏକ ଚିକିତ୍ସା କ୍ଷେତ୍ରରେ ଅଭିନବ ପଦକ୍ଷେପ ସେବା ଓ ଆଧ୍ୟାତ୍ମିକ ଚିନ୍ତାଧରାର ଏକ ମିଳିତ କ୍ରିୟାନୁଷ୍ଠାନ Treatment With Spirituality ଏହାର ମୁଖ୍ୟ ଉଦ୍ଦେଶ୍ୟ ,ଆଧୁନିକ ଯୁଗର ଚିକିତ୍ସା ବିଜ୍ଞାନ ଦ୍ଵାରା ପ୍ରମାଣିତ ଓ ଆଧାରିତ ଏବଂ ଆଧ୍ୟାତ୍ମିକ ଚେତନାର ଓ ଚିନ୍ତାଧାରାରେ ପ୍ରତିଫଳିତ ସମନ୍ଵିତ ସେବା କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ,ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏହି ଆଲୋଚନା ସହ ସମସ୍ତଙ୍କୁ ବିଶେଷ କରି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତିt