Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ର ନିର୍ବାଚନ ଜିତେନ୍ଦ୍ର ପଟନାୟକ ସଭାପତି ଓ ଏମ୍.ପୃଥିବୀରାଜ ସମ୍ପାଦକ ଭାବେ ନିର୍ବାଚିତ

ପାରଳାଖେମୁଣ୍ଡି:୩୦/୩(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିତେନ୍ଦ୍ର କୁମାର ପଟ୍ଟନାୟକ ସିଦ୍ଧେଶ୍ବର ମିଶ୍ରଙ୍କୁ ଦୁଇ ଖଣ୍ଡ ଭୋଟରେ ପରାସ୍ତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କୁ 49ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସିଦ୍ଧେଶ୍ବର ମିଶ୍ରଙ୍କୁ ୪୭ଖଣ୍ଡ ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିଭଳି ସହସମ୍ପାଦକ ଭାବେ ସୌମ୍ୟସୌରଭ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ବନ୍ଦୀ ସତ୍ୟନାରାୟଣ ପାଢୀଙ୍କୁ 40ଟି ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କୁ 68ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସତ୍ୟନାରାୟଣ ପାଢୀଙ୍କୁ 28ଟି ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ନାକଚ ହୋଇଥିବାର ଜଣାପଡିଛି । ଅବଶିଷ୍ଟ ପଦବୀ ଗୁଡିକରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ସମ୍ପାଦକ ଭାବେ ଏମ୍.ପୃଥିବୀରାଜ, ଉପସଭାପତି ଭାବେ ଆର୍.ବାବୁରାଓ, କୋଷାଧ୍ୟକ୍ଷ ଭାବେ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରୀ ସମ୍ପାଦକ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ପାଣ୍ଡି ବିଶ୍ବନାଥ, ଜୟଦେବ ଅଧିକାରୀ, ମଳୟମାଧୁରୀ ଦେବୀ, ୱାଇ. ଶିବ କୁମାର, ଅଶୋକ କୁମାର ଅଧିକାରୀ ଓ ବି.ଚନ୍ଦନ କୁମାର ପଟ୍ଟନାୟକ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories