Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ୫ ଦିନିଆ ମହିଳା ସଂସଦ ଅଧିବେଶନ ପାଇଁ ବ୍ୟାପକ ଆୟୋଜନ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ) ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘର ମହିଳା ସଂସଦର ଅଧିବେଶନ ଆୟୋଜିତ ହେବାକୁ ଯାଉଛି. ଏହି ଅଧିବେଶନ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି. ଜାତୀୟ ମହିଳା ଛାତ୍ର ସଂସଦ ମାଧ୍ଯମରେ ଯୁବପିଢ଼ି ମହିଳାଙ୍କୁ ସେମାନଙ୍କର ସମ୍ଭାବନା ଏବଂ ଶକ୍ତିର ଉପଯୁକ୍ତ ଉପଯୋଗ କରିବା ପାଇଁ ଏହି ଅଧିବେଶନରେ ଭିତ୍ତିଭୂମି ପ୍ରଦାନ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ରହିଛି | ଉଦ୍‌ଘାଟନୀ ଅଧୂବେଶନରେ ରାଜ୍ୟପାଳ ଡ କୁମ୍ଭମପତି ହରିବାବୁ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ, ସମ୍ମାନିତ କୁଳପତି, ବରିଷ୍ଠ ପ୍ରଫେସର ଏବଂ ଶିକ୍ଷାବିତମାନେ ମଧ୍ଯ ଯୋଗଦେବେ । ଏହି ଅଧୂବେଶନରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମହିଳା ବିଧାନସଭା ସଦସ୍ୟ ଏବଂ ସାଂସଦମାନେ ଯୋଗ ଦେବେ ବୋଲି ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଧିବେଶନକୁ ସମ୍ପୂର୍ଣ ସଫଳ କରିବା ପାଇଁ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ତରଫରୁ ବ୍ୟାପକ ପଦକ୍ଷେପ ଓ ଆୟୋଜନ ହାତକୁ ନିଆଯାଇଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories