Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତ ଷ୍ଟେସନ୍ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ଐତିହାସିକ ପାରଳା ରାଜକୀୟ ମହତ୍ତ୍ୱକୁ ପ୍ରତିଫଳିତ କରିବାକୁ ପ୍ରୟାସ କରାଯାଉଛି

ପାରଳାଖେମୁଣ୍ଡି:୨/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଅମୃତ ଷ୍ଟେସନ୍ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳଷ୍ଟେସନ୍‌ର ପୁନର୍ବିକାଶ ଓ ନବୀକରଣ କରାଯାଉଛି। ୧୬.୪ କୋଟି ଟଙ୍କା ବିନିଯୋଗରେ ପୁନର୍ବିକାଶ ବ୍ୟୟବରାଦ ସହିତ ଷ୍ଟେସନ୍‌କୁ ଏହାର ଐତିହାସିକ ଆକର୍ଷଣ ବଜାୟ ରଖିବା ସହ ପାରଳାଖେମୁଣ୍ଡି ମହାରାଜାଙ୍କ ରାଜକୀୟ ଐତିହ୍ୟକୁ ପ୍ରତିଫଳନ କରାଯିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ଏକ ଆଧୁନିକ, ଗ୍ରାହକ-ଅନୁକୂଳ ପରିବହନ ହବ୍ ଭାବରେ ନିର୍ମାଣ କରାଯାଉଛି | ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଆଧୁନିକ ଯାତ୍ରୀ ସୁବିଧା ନିମନ୍ତେ ସଂରକ୍ଷିତ ଲାଉଞ୍ଜ, ପ୍ରଥମଶ୍ରେଣୀ ପ୍ରତୀକ୍ଷା ହଲ୍, ସାଧାରଣ ପ୍ରତୀକ୍ଷା ହଲ୍,ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସମେତ ପ୍ରିମିୟମ୍ ଶୌଚାଳୟ, ଉନ୍ନତ ପ୍ରବେଶମାର୍ଗ, ୧୨ ମିଟର ଚଉଡ଼ା ଫୁଟଓଭର ବ୍ରିଜ୍ ଏବଂ ଦୁଇଟି ନୂତନ ଯାତ୍ରୀ ଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି। ବାଣିଜ୍ୟିକ କ୍ଷେତ୍ର ମଧ୍ୟ ବିକଶିତ କରାଯିବା ନୂତନ ଡିଜାଇନ୍‌ରେ ପାରଳାଖେମୁଣ୍ଡିର ରାଜପ୍ରାସାଦକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଆଧୁନିକ ନିର୍ମାଣ ସାମଗ୍ରୀ ବ୍ୟବହାର କରି ଅଞ୍ଚଳର ରାଜକୀୟ ଐତିହ୍ୟକୁ ପ୍ରତିଫଳିତ କରିବାକୁ ପ୍ରୟାସ କରାଯାଇଛି। ବତ୍ତର୍ମାନ ଫୁଟ୍ସଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲାଟଫର୍ମ-୨ ର ବିଦ୍ୟୁତୀକରଣ ଏବଂ ଆଲୋକିତ ସାଇନେଜ୍ ବୋର୍ଡ଼ ସ୍ଥାପନ କାର୍ଯ୍ୟ ଚାଲୁରହିଛି। ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପୃଷ୍ଠ ଉନ୍ନତୀକରଣ, ଭିଆଇପି ଲାଉଞ୍ଜ, ପ୍ରଥମଶ୍ରେଣୀ ପ୍ରତୀକ୍ଷା ହଲ୍ ଏବଂ ସାଧାରଣ ପ୍ରତୀକ୍ଷା ହଲ୍ କାର୍ଯ୍ୟ ସମାପ୍ତ ହୋଇଛି। ପାରଳା ରେଳ ଷ୍ଟେସନ୍‌ର ପୁନରୁଦ୍ଧାର କେବଳ ଯାତ୍ରୀ ଅଭିଜ୍ଞତାକୁ ବୃଦ୍ଧି କରିବ ତା’ନୁହେଁ, ବରଂ ଏହାର ଗୁରୁତ୍ବକୁ ମଧ୍ୟ ସଂରକ୍ଷଣ କରିବ ବୋଲି କୁହାଯାଇଛି।ପାରଳାଖେମୁଣ୍ଡି ରେଳ ଷ୍ଟେସନ ସମ୍ମୁଖରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜନସାଧାରଣ ଙ୍କ ପକ୍ଷରୁ ପୂର୍ବତଟ ରେଳ ବିଭାଗକୁ ଅନୁରୋଧ କରାଯାଈଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories