Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟରେ ପହଞ୍ଚିଲା ଦ କେରଳ ଷ୍ଟୋରୀ ବିବାଦ; ୧୫ରେ ଶୁଣାଣି

ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’ କୁ ନେଇ ବିବାଦ ଲାଗି ରହିଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିକଟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ କେରଳ ହାଇକୋର୍ଟ। ଏହି ନିଷ୍ପତ୍ତି ବିରୋଧରେ ଆବେଦନକାରୀମାନେ ଏବେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ବରିଷ୍ଠ ଆଡଭୋକେଟ୍ କପିଲ ସିବଲ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି ମେ ୧୫ରେ ଶୁଣାଣି ପାଇଁ ତାରିଖ ଦେଇଛନ୍ତି।

ଉଲ୍ଲେଖ ଥାଉ କି, ମେ ୫ରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ ହୋଇଥିଲା। ଏହାର ରିଲିଜକୁ ଅନେକ ଲୋକ ବିରୋଧ କରିଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ଯେ ଫିଲ୍ମର ଟ୍ରେଲରରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ନାହିଁ। ଏହି ନିଷ୍ପତ୍ତି ଶୁଣାଇବା ପୂର୍ବରୁ କୋର୍ଟ ଫିଲ୍ମର ଟ୍ରେଲରକୁ ମଧ୍ୟ ଦେଖିଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଇସଲାମ ଏବଂ ମୁସଲମାନମାନଙ୍କ ବିରୋଧରେ କୌଣସି ପ୍ରସଙ୍ଗ ନାହିଁ।

କେରଳ ହାଇକୋର୍ଟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ମୁସଲମାନ ଧର୍ମ ଉପରେ କୌଣସି ଅଭିଯୋଗ କରାଯାଇ ନାହିଁ, ବରଂ ଆଇଏସଆଇଏସର କାହାଣୀ ଦର୍ଶାଯାଇଛି। ବାସ୍ତବରେ ଏହି ଚଳଚ୍ଚିତ୍ରରେ ସେହି ଝିଅମାନଙ୍କର କାହାଣୀ ରହିଛି ଯେଉଁମାନେ ନର୍ସ ହେବାକୁ ଚାହୁଁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଆଇଏସଆଇଏସର ଆତଙ୍କବାଦୀ ହୋଇଯାଇଥିଲେ। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଛି। ଗତକାଲି ପଶ୍ଚିମବଙ୍ଗରେ ସିଏମ୍ ମମତା ବାନାର୍ଜୀ ଏହାକୁ ସାରା ରାଜ୍ୟରେ ବ୍ୟାନ୍‌ କରିଥିବା ବେଳେ ୟୁପି ସରକାର ଏହାକୁ ଟିକସମୁକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ