Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

‘ମୋତେ ଧମକ ଦିଅନ୍ତୁ ନାହିଁ’, ସୁପ୍ରିମକୋର୍ଟରେ ସିନିୟର ଜଜ୍ ଏବଂ ଆଡଭୋକେଟଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ: ଗୁଜରାଟରେ ଜିଲ୍ଲା ଜଜଙ୍କ ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, ଆଇନଜୀବୀ ଜଣଙ୍କ ମୋତେ ଧମକ ଦିଅନ୍ତୁ ନାହିଁ ବୋଲି ବିଚାରପତିଙ୍କୁ ଚେତାବନୀ ଦେବାକୁ ପଛେଇ ନଥିଲେ। ସୁପ୍ରିମକୋର୍ଟରେ ଜିଲ୍ଲା ଜଜଙ୍କ ପଦ ପାଇଁ ଜଣେ ଆଶାୟୀ ଗୁଜରାଟ୍ ସରକାର ଏବଂ ଗୁଜରାଟ୍ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ ମେରିଟ୍ ପୂର୍ବରୁ ବରିଷ୍ଠତା ଉପରେ ଗୁରୁତ୍ଵାରୋପ ଦିଆ ଯାଇଥିବା କଥା କୁହାଯାଇଛି।

ସୋମବାର ଆବେନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦବେ ପୀଠଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଅନ୍ୟ ଏକ ପୀଠ ଅଲ ଇଣ୍ଡିଆ ଜଜ ଆସୋସିଏସନର ମାମଲାର ଶୁଣାଣି କରୁଛନ୍ତି, ସେହି ସମୟରେ କଣ ପାଇଁ ଏହି ମାମଲାର ତତ୍କାଳ ଶୁଣାଣି କରାଯିବାକୁ ଉଦ୍ୟମ କରାଯାଉଛି।

ଦବେ କହିଛନ୍ତି ମାଇଲର୍ଡ ଏହି ମାମଲାକୁ ତୁରନ୍ତ ସମାପ୍ତ କରିବାକୁ ଏତେ ତର ତର କାହିଁକି। ଏହା ଉପରେ ମୁଁ ଗମ୍ଭୀରତାର ଆପତ୍ତି କରୁଛି। ଏହା ଉପରେ ଜଷ୍ଟିସ ଏମଆର ଶାହ କହିଛନ୍ତି, କ୍ୟାରିୟର ଶେଷ ଆଡ଼କୁ ମୋତେ ଆପଣଙ୍କ ବିଷୟରେ କିଛି କହିବା ପାଇଁ ବାଧ୍ୟ କରନ୍ତୁ ନାହିଁ। ମେରିଟ୍ ଉପରେ ତଥ୍ୟ ରଖନ୍ତୁ। ଦବେ ଜବାବ ଦେଇ କହିଛନ୍ତି, ମାଇ ଲର୍ଡ ମୋତେ ଧମକ ଦିଅନ୍ତୁ ନାହିଁ। ମୁଁ ନିଜର ପକ୍ଷ ରଖୁଛି। ଖାସ୍ କଥା ଜଷ୍ଟିସ ଶାହା ମେ ୧୫ରେ ଅବସର ଗ୍ରହଣ କରୁଛନ୍ତି।

କଣ ଥିଲା ମାମଲା ?
ଆବେଦନକାରୀଙ୍କ କହିବା କଥା ବରିଷ୍ଠତା ପୂର୍ବରୁ ମେରିଟ୍ ଉପରେ ଗୁରୁତ୍ଵାରୋପ କରାଯିବା ଉଚିତ୍। ଆବେଦନକାରୀଙ୍କଠୁ କମ ନମ୍ବର ରଖିଥିବା ଆଶାୟୀଙ୍କୁ ଜଜ ପଦବୀରେ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି। ସୁପ୍ରିମକୋର୍ଟ ଏହି ମାମଲାରେ ଏପ୍ରିଲ ୧୩ରେ ହାଇକୋର୍ଟ ଏବଂ ଗୁଜରାଟ ସରକାରଙ୍କଠୁ ଜବାବ ଲୋଡ଼ିଥିଲେ।