Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୭ ସୁଦ୍ଧା ବନ୍ଦ ହୋଇଯିବ ଦେଶର ସମସ୍ତ ଡିଜେଲ ଚାଳିତ ଗାଡି!

ନୂଆଦିଲ୍ଲୀ: ପୂର୍ବରୁ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିଲା ​। ତା’ପରେ ଲୋକମାନେ ପେଟ୍ରୋଲ ବଦଳରେ ଡିଜେଲ କାର ନେବାକୁ ପସନ୍ଦ କଲେ। ପ୍ରଥମତଃ ଡିଜେଲ କାର ଚଳାଇବା ଶସ୍ତା ଅଟେ। କିନ୍ତୁ ଡିଜେଲ ଚାଳିତ ଗାଡି ଅଧିକ ପ୍ରଦୂଷଣ ସୃଷ୍ଟି କରିଥାଏ। ସେଥିପାଇଁ ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରନ୍ତି। ସରକାର ଏ ବାବଦରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ଡିଜେଲ ଚାଳିତ ଗାଡି ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ସରକାରଙ୍କ ନିକଟରେ ପହଞ୍ଚିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । 

ବର୍ତ୍ତମାନ ପ୍ରଦୂଷଣ ହ୍ରାସ ପାଇଁ କେନ୍ଦ୍ର ସରକାର ଅଧିକ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁଯାୟୀ ୨୦୨୭ ସୁଦ୍ଧା ଡିଜେଲରେ ଚାଲୁଥିବା ସମସ୍ତ ୪ ଚକିଆ ଯାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ନିଷ୍ପତ୍ତି କେବଳ ବଡ ସହରରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ ଆଶା କରାଯାଉଛି।

ସରକାରୀ ପ୍ୟାନେଲ ଆଣିଥିବା ଏହି ପ୍ରସ୍ତାବ ଉପରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ଯଦି ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଭାରତରେ ଡିଜେଲ ଚାଳିତ ୪ ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ। ତେବେ ଡିଜେଲ କାର ତିଆରି କରୁଥିବା କମ୍ପାନୀମାନଙ୍କୁ ସରକାରଙ୍କ ଏହି ନିଷ୍ପତ୍ତି ଏକ ବଡ ଝଟ୍‌କା ସଦୃଶ ହେବ। ବର୍ତ୍ତମାନ ଟାଟା ସମେତ ଅନେକ କାର କମ୍ପାନୀ ଡିଜେଲ ଚାଳିତ କାର ତିଆରି କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ