Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବଦ: ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦୀ ହାଇକୋର୍ଟ ବାହାରେ ଗିରଫ କରାଯାଇଥିବା ସୂଚନା ମିଳିଛି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଛି ।  

ସୂଚନା ଅନୁଯାୟୀ ଇମ୍ରାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନରାଲ ଫୈସଲ ନସୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ, ମେଜର ଜେନରାଲ ଫୈସଲ ନସୀର ତାଙ୍କର ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଇମ୍ରାନଙ୍କର ଏପରି ଅଭିଯୋଗକୁ ଶୁଣି ପାକିସ୍ତାନୀ ସେନା କଡା ସମାଲୋଚନା କରିଥିଲା । ଏହି ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ