Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ପତ୍ରିକା ନବୀନର ୨୭ ତମ ବିଷୁବ ମିଳନରେ ସମ୍ମାନିତ ହେବେ ୫ ପ୍ରତିଭାଧର

ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ୱଜ ଚୌଧୁରୀ) ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨୭ ତମ ବିଷୁବ ମିଳନ ଅବସରରେ ୫ ଜଣ ପ୍ରତିଭାଧାରଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ବୈଠକ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା।ଅପ୍ରେଲ ୧୪ ତାରିଖ (ସୋମବାର)ରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ରେଭିନୁ୍ୟ ଆଇବି ପରିସରରେ ଆୟୋଜିତ ହେବାକୁ ଯାଉଥିବା ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶରେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବୟିତ୍ରୀ ସରୋଜିନୀ ମିଶ୍ର, କବି ଲିଙ୍ଗରାଜ ଜେନା, ଯୁବକବି ସଞ୍ଜୟ କୁମାର ଷଡ଼ଙ୍ଗୀ, ଜୟଶ୍ରୀ ଦୋରା, ଚିନ୍ମୟ ରଂଜନ ମିଶ୍ରଙ୍କୁ ନବୀନ ବିଷୁବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ଏ ସମ୍ପର୍କରେ ଆୟୋଜିତ ଚୟନ କମିଟି ବୈଠକରେ ସାଧାରଣ ସମ୍ପାଦକ କାମରାଜୁ ମହାରଣା, ସମ୍ପାଦକ ସୁଶାନ୍ତ କରଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।ବୋଲି ସାଧାରଣ ସମ୍ପାଦକ କମାରଜୁ ମହାରଣା ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories