Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ସାମ୍ବାଦିକ ରାଜେଶ ପଟନାୟକ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ

ପାରଳାଖେମୁଣ୍ଡି:୧୧/୪(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକର ପ୍ରମୟ ର ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ରାଜେଶ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି l ତାଙ୍କର ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର (ଏସ ୟୁ ଜେ)ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ ସଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ପଣ୍ଡା ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର, କୃଷ୍ଣ ବେହେରା, ଜଗଦୀଶ ପଣ୍ଡା, ଜଗଦୀଶ ପାତ୍ର, ଆନନ୍ଦ ପାତ୍ର, ହୃଷୀକେଶ ଗୌଡ଼, ରାଜେଶ ମିଶାଲ, ଅମିତ ପଟ୍ଟନାୟକ, ଶିଶିର ଗୌଡ଼, ସୁମନ୍ତ ଘଣ୍ଟ, କ୍ରୀତଦାସ ପରିଛା ସଞ୍ଜୀବ ପାଣି, ସନ୍ତୋଷ ପଟନାୟକ, ପ୍ରଦୀପ ନାୟକ, ଡିଜନ ପାଢ଼ୀ ସମେତ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ ପ୍ରମୂଖ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories