Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି

ପାରଳାଖେମୁଣ୍ଡି:୧୫/୪(ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ଅନେକ ଭକ୍ତ ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଗତକାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ପାରଳା ଏସକେସିଜି କଲେଜର ଅବସରପ୍ରାପ୍ତ ଅଧକ୍ଷ ରାଧାକାନ୍ତ ମହାପାତ୍ର ଓ ତାଙ୍କ ସହ ଧର୍ମଣୀ ମିଳିତ ଭାବେ 1 ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରି ସହାଭାଗୀ ହୋଇଥିବାବେଳେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କତଲକଇଠା ଗ୍ରାମର ବିରଞ୍ଚି ନାରାୟଣ ରଥ ନୂତନ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି. ଗୁରାଣ୍ଡି ଗ୍ରାମର ସଞ୍ଜୟ ଜେନାଙ୍କ ଝିଅ ଅସୀମା ଜେନା ଚାକିରୀ ପାଇବା ପରେ ପ୍ରଥମ ଦରମାରୁ ୧୦,୧୧୧ ଟଙ୍କାର ଅର୍ଥ ରାଶିକୁ ଜଗନ୍ନାଥ ମନ୍ଦିର ନିର୍ମାଣ ସକାଶେ ପ୍ରଦାନ କରିଛନ୍ତି.ଏଥିସହ ପାରଳାଖେମୁଣ୍ଡି ସହରର ସତ୍ୟ ନାରାୟଣ ଆଚାର୍ଯ୍ୟ ୧୦,୧୧୧ ଟଙ୍କା, ପୁରୁଣାକେରାଣ୍ଡି ଗ୍ରାମର ଜୟ ପରିଡା ୩୧,୧୧୬, ପାରଳାଖେମୁଣ୍ଡି ସହରର ସାହୁ ବାବୁ ୧୦ ହଜାର ଟଙ୍କା ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି. ମନ୍ଦିର ନିର୍ମାଣରେ ସହଭାଗୀ ହୋଇଥିବା ସମସ୍ତ ଭକ୍ତଙ୍କୁ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ, ଶିଶିର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କମିଟି ସଦସ୍ୟ ସାଧୁବାଦ ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories