Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି : ଆବାସିକ ବିଦ୍ୟାଳୟରୁ ନିଖୋଜ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଶବ ପାହାଡିଆ ନାଳରୁ ଉଦ୍ଧାର

ପାରଳାଖେମୁଣ୍ଡି:୧୫/୪(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟରୁ ନିଖୋଜ ଥିବା ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଶବ ଏକ ପାହାଡିଆ ନାଳରୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଶବ ଉଦ୍ଧାର କରାଯାଇଥିବା ଛାତ୍ରଙ୍କ ନାମ ରିତୁରାଜ ଗମାଙ୍ଗ। ଏହି ଛାତ୍ର ଜଣକ ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି. ଏହି ଜିଲ୍ଲାର ଭୁବନି ପଞ୍ଚାୟତ ଅନ୍ତର୍ଗତ କୁଲପଟ ଗ୍ରାମରେ ଛାତ୍ରଙ୍କ ଘର. ରିତୁଙ୍କ ପରିବାର କହିଲେ ବାପା ଦାଦନ ଶ୍ରମିକ ଭାବେ ଚେନ୍ନାଇରେ ଏବଂ ମା ଛୋଟ ଛୁଆ ସହିତ ଗ୍ରାମରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ରିତୁଙ୍କ ମୃତ୍ୟୁ ଖବର ପରିବାରଙ୍କୁ ବହୁ ଦୁଃଖ ଦେଇଛି. ଗତ ରବିବାର ମଧ୍ୟାହ୍ନ ଭୋଜନ ପରେ ଛାତ୍ର ଜଣକ ନିଖୋଜ ଥିବା କହିଛନ୍ତି ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ପାତ୍ର। ପରେ ଗତକାଲି ସୋମବାର ଆବାସିକ ବିଦ୍ୟାଳୟ ନିକଟସ୍ଥ ତବାରସିଂ ପାହାଡିଆ ନାଳରେ ତାଙ୍କର ମୃତ ଶରୀରକୁ ଉଦ୍ଧାର କରିଛି ପୋଲିସ। ପାହାଡିଆ ନାଳରେ କମ ପାଣି ଥିବାବେଳେ କେମିତି ଛାତ୍ରର ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।ଗତ ରବିବାର ଠାରୁ ନିଖୋଜ ଛାତ୍ର ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ ଶିକ୍ଷୟତ୍ରୀ. ବିଦ୍ୟାଳୟରୁ ଛାତ୍ର ବାହାରକୁ ଯିବା ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ସେରଙ୍ଗ ଥାନାରେ ୦୪/୨୦୨୫ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ କେଶରୀ ଲାହାଜନ ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories