ଓଡ଼ିଶା ଡଟ୍ ନ୍ୟୁଜ୍: ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଲାଇନ କଟିଯିବା ପରେ ମୋବାଇଲ ଲାଇଟ୍ ଲଗାଇ ରୋଗୀ ଚିକିତ୍ସା କଲେ ଡାକ୍ତର । ଏମିତି କିଛି ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଅନ୍ଧାରରେ କେଉଁ ଡାକ୍ତର ମୋବାଇଲରେ ରୋଗୀ ଦେଖିଲେ ତ ଆଉ କେଉଁ ଡାକ୍ତର ବାହାରେ ବୁଲୁଥିବାର ଦେଖିବାକୁ ମିଳିଥିଲ । ଜରୁରୀ କାଳୀନ ଭାବେ ଡାକ୍ତର ଅନ୍ଧାରରେ ମୋବାଇଲ ଲାଇଟ୍ ପକାଇ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା ।
ଲାଇନ୍ କଟିଯିବା ପରେ ଚାଲିଲା ଅନ୍ଧାରୀ ଚିକିତ୍ସା । ବିଦ୍ୟୁତ ନ ଥିବାରୁ ଓପିଡ଼ି ଚିକିତ୍ସା ବନ୍ଦ ରହିଥିଲା । ଲ୍ୟାବରେ ବି ମୋବାଇଲ ଭରସା । ସଠିକ୍ ଭାବେ ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ ହେଲେ । ନିର୍ବାଚନ ପୂର୍ବରୁ ପୂର୍ବ ସରକାର ହସ୍ପିଟାଲ ନାଁରେ ୩ କୋଟି ଟଙ୍କା ଖର୍ଚ୍ଚ କରି ନବୀକରଣ କରିଥିଲେ । ହେଲେ ଏବେ ବି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି ମେଡିକାଲରେ ।