Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ୍‌ରେ ଆମେରିକା ଯିବେ ମୋଦୀ; ବାଇଡେନ୍‌ଙ୍କ ସହ କରିବେ ରାତ୍ରିଭୋଜନ

ନୂଆଦିଲ୍ଲୀ: ଜୁନ୍‌ରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ବାଇଡେନ୍‌ଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା। ଏ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଆମେରିକାର ଫାଷ୍ଟ ଲେଡିଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ୍ ୨୧ରୁ ଜୁନ ୨୫ ଯାଏ ୫ ଦିନିଆ ଗସ୍ତରେ ଆମେରିକା ଯିବେ ମୋଦୀ।

ଏ ନେଇ ବିଶ୍ୱସ୍ତରରେ ଚାଲିଛି ଚର୍ଚ୍ଚା। ଚୀନ ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେଉଥିବା ଜଣାପଡ଼ିଛି। ପ୍ରଶାନ୍ତ ମହାସାଗରରେ ଚୀନ ଚଳାଇଥିବା ମନମାନୀ ଉପରେ ରୋକ ଲଗାଇବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମଳିଛି ।ଏହାସହିତ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ