Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋରେ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ

ଓଡ଼ିଶା ଡଟ୍ ନ୍ୟୁଜ୍: ଦାବୀ ଗାଡ଼ିରେ ନୁହେଁ, ଅଟୋରେ ହେଉଥିଲା ଗଞ୍ଜେଇ ଚାଲାଣ । ଟେର ପାଇଗଲା ପୋଲିସ ଅଧା ବାଟରେ ମାଡ଼ି ବସିଲା । ଯାଞ୍ଚ ବେଳେ ଅଟୋରୁ ମିଳିଲା ବିପୁଳ ପରିମାଣ ଗଞ୍ଜେଇ । ଭଦ୍ରକ ଟାଉନ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏହି ସବୁ ଗଞ୍ଜେଇ ଜବତ କରିଛି ।

ରାତିରେ ଏକ ଅଟୋରେ ଜଣେ ଯୁବକ ଚୋରା ଗଞ୍ଜେଇ ନେଇ ରେଳ ଷ୍ଟେସନକୁ ଯାଉଥିଲେ । କୌଣସି ସୁତ୍ରରୁ ପୋଲିସ ଖବର ପାଇ ଭଦ୍ରକ ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଟାଉନ ପୋଲିସର ମିଳିତ ସହଯୋଗରେ ଚଢ଼ଉ କରାଯାଇଥିଲା । ବାଇପାସ ଛକରେ ଅଟୋକୁ ଅଟକ ରଖି ଯାଞ୍ଚ କରିବା ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା ।

ଅଟୋ ଓ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ମାଫିଆକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମାଫିଆ ଜଣକ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆଣୁଥିଲା ଓ କାହାକୁ ବିକ୍ରି କରିବାକୁ ନେଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ