Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯ ଜଣ କିନ୍ନର ପାସ୍ କରିଛନ୍ତି ମାଟ୍ରିକ୍‌ ପରୀକ୍ଷା

କିନ୍ନର ବୋଲି ସହିବାକୁ ପଡ଼ିଥିଲା ଟାହିଟାପରା। ଆସିଥିଲା ଅନେକ ବାଧାବିଘ୍ନ। ହେଲେ ଏସବୁ ସତ୍ତ୍ବେବି ପାଠ ପଢ଼ିବାକୁ ମନ ବଳାଇଥିଲେ। ଲକ୍ଷ୍ୟ ଥିଲା ପାଠ ପଢ଼ି ଶିକ୍ଷିତ ହେବା। ଆଉ ତାହା ପ୍ରମାଣ କରିଦେଖାଇଛନ୍ତି ଭଦ୍ରକ ଚରମ୍ପାର ୯ ଜଣ କିନ୍ନର। ପାସ୍ କରିଛନ୍ତି ମାଟ୍ରିକ୍‌ ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷା ପାସ୍‌ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।

ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା ସ୍ଥିତ ସରୋଜିନୀ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିଥିଲେ। ଲଗାତାର କ୍ଲାସ କରିବା ସହ ବଳକା ସମୟରେ ପ୍ରସ୍ତୁତି କରୁଥିଲେ। ପ୍ରତିବନ୍ଧକ ସତ୍ତ୍ବେ ପାଠ ପ୍ରତି ଆଗ୍ରହ ଥିବାରୁ ସରକାରୀ ସହାୟତା ସହ ଗୁରୁମା ଓ ସାଥୀ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ। ମାଟ୍ରିକ୍ ପରୀକ୍ଷା ପାଇଁ ସେଣ୍ଟର ଥିଲା ଆରସିବିଏଲ ହାଇସ୍କୁଲ। ପରୀକ୍ଷା ପରେ ଭଲ ମାର୍କ ରଖିବେ ବୋଲି ଆଶା କରିଥିଲେ ।

ଆଉ ଶେଷରେ ପରିଶ୍ରମ ସଫଳ ହୋଇଛି। ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି ୯ ପରୀକ୍ଷାର୍ଥୀ। ସେମାନଙ୍କ ମଧ୍ୟରେ ୭ ଜଣ ଗ୍ରେଡ ବି ଓ ସି ଗ୍ରେଡରେ ୨ ଜଣ ପାସ୍‌ କରିଛନ୍ତି। ବଡ଼ କଥା ହେଲା କିଛି ଲୋକଙ୍କ ସମାଲୋଚନା ପାଇଁ ଦିନେ ପାଠପଢ଼ାରେ ଡୋରି ବାନ୍ଧିଥିବା ଏହି କିନ୍ନର ମାନେ ଯୁଗ ସହ ତାଳ ଦେଇ ଚାଲିବାକୁ ପ୍ରସ୍ତୁତ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ଏବେ ପୁଣି ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ