Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୈତିକତାର କଥା ନକୁହନ୍ତୁ ଉଦ୍ଧବ, ସରକାର ସୁରକ୍ଷିତ; କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ସିନ୍ଦେ-ଫଡ଼ଣବିସ

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାରଙ୍କୁ ନେଇ ସୁପ୍ରିମକୋର୍ଟ କିଛି କଡ଼ା ଟିପ୍ପଣୀ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ନିଷ୍ପତ୍ତି ଉପରେ ଖୁସି ପ୍ରକାଶ କରିଛନ୍ତି। ଫଡଣବିସ୍ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସହମତ। ଏହି ନିଷ୍ପତ୍ତିରେ ଗଣତନ୍ତ୍ରର ବିଜୟ ହୋଇଛି। ପ୍ରଥମ କଥା ମହାବିକାଶ ଅଘାଡ଼ିର ଆଶା ଉପରେ ସୁପ୍ରିମକୋର୍ଟ ପୁର୍ଣ୍ଣଛେଦ ପକାଇଛନ୍ତି। ଏବେ ଉଦ୍ଧବ ଠାକରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଶକ୍ତି ବାଚସ୍ପତିଙ୍କ ନିକଟରେ ରହିଛି। କୋର୍ଟ ନିଜ ଆଦେଶରେ ଏହା ମଧ୍ୟ କହିଛନ୍ତି ଯେ, ଶିବସେନା ବିଷୟରେ ନିର୍ଣ୍ଣୟ ନେବାର ପୂରା ଅଧିକାର ନିର୍ବାଚନ ଆୟୋଗଙ୍କ ନିକଟରେ ରହିଛି।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାନସଭାରେ କୌଣସି ପାର୍ଟିକୁ କେଉଁ ଗୋଷ୍ଠୀର ମାନ୍ୟତା ଦିଆଯିବ ଏହାର ନିଷ୍ପତ୍ତି ମଧ୍ୟ ବାଚସ୍ପତିଙ୍କ ହାତରେ ରହିଛି। ଅଦାଲତଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ଯେ, ଆମ ସରକାର ସ୍ଥିର ଏବଂ ସଂପୂର୍ଣ୍ଣ ରୂପେ ଆଇନର ପରିଧିରେ ରହିଛି। ଏପରିକି ଉଦ୍ଧବ ଠାକରେଙ୍କ ପକ୍ଷରୁ ନୈତିକତା ଆଧାରରେ ଇସ୍ତଫା ଦେବା କଥା ଉପରେ ଫଡଣଭିସ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଉଦ୍ଧବ ନୈତିକତା ଏବଂ ସିଦ୍ଧାନ୍ତର କଥା ନ କହିବା ଭଲ। ସେ ପାର୍ଟିର ସିଦ୍ଧାନ୍ତ ସହ ସାଲିସ୍ କରି ମହାବିକାଶ ଅଘାଡି ସରକାର ଗଠନ କରିଥିଲେ। ଏକନାଥ ସିନ୍ଦେ ସିଦ୍ଧାନ୍ତ ସହ ଆମ ସହ ସରକାର ଗଠନ କରିଛନ୍ତି।

ଉଦ୍ଧବ ଠାକରେଙ୍କୁ ଜଣା ଥିଲା ଯେ, ସେ ଅନାସ୍ଥା ଭୋଟରେ ହାରିଯିବେ। ଏଥିପାଇଁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଉଦ୍ଧବ ଠାକରେ ତ ନିର୍ବାଚନ ବିଜେପି ସହ ଜିତିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ହେବା ଲୋଭରେ କଂଗ୍ରେସ ଏବଂ ଏନସିପି ସହ ହାତ ମିଳାଇଲେ। ସିଦ୍ଧାନ୍ତ ସହ ଏହା ହିଁ ସବୁଠୁ ବଡ଼ ସାଲିସ୍ ଥିଲା ବୋଲି ଦେବେନ୍ଦ୍ର ଫଡଣବିସ୍ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ