ପାରଳାଖେମୁଣ୍ଡି:୧୦/୫(ଗରୁଡ ଧ୍ଵଜ ଚୌଧୁରୀ) ଭୁବନେଶ୍ଵର ସ୍ଥିତ ରାଜଭବନ ଅଭିଷେକ ହଲରେ୨୦୨୪ ଶିକ୍ଷା ବର୍ଷର ରାଜ୍ୟପାଳ ପୁରସ୍କାର ବିତରଣ ଉତ୍ସବ୍ ଶୁକ୍ରବାର ୦୯.୦୫.୨୦୨୫ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରଥମ ଗାଇଡସ୍ ତଥା ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କୁମ୍ଭାପତି, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବିଂଶୀ ସୁରଜ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟ ମୁଖ୍ୟ କମିଶନର ଡ.କାଳୀ ପ୍ରାସାଦ ମିଶ୍ର , ପଦ୍ମଶ୍ରୀ ଦେବୀ ପ୍ରାସାଦ ପଟ୍ଟନାୟକ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କାଉଟସ୍ ଓ ଗାଇଡସ୍ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତୃତୀୟ ଥର ଲାଗି ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍ କୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଲାଭ କରିଥିଲେ।ଗଜପତି ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ମାୟାଧର ସାହୁ ଓ ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମର ପାତ୍ର ଏହି ମର୍ଯ୍ୟାଦା ଜନକ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ସହ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ମଧ୍ୟ ରାଜ୍ୟପାଳଙ୍କ ଠାରୁ ପ୍ରସିପ୍ତ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।ଏହି ଅବସରରେ ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍ ର ପ୍ରଗତି ଓ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ଯ ପାଇଁ ରାଜ୍ୟପାଳ ଙ୍କ ଠାରୁ ପ୍ରସିପ୍ତ ପତ୍ର ଓ ପୁରସ୍କାର ଗ୍ରହଣ କରିଥଲେ। ଏହି ପରିପେକ୍ଷୀରେ ଏହାର ଶ୍ରେୟ ଗଜପତି ଜିଲ୍ଲାର ସମସ୍ତ ସ୍କାଉଟସ୍ ଶିକ୍ଷକ ଓ ଗାଇଡସ୍ ଶିକ୍ଷୟତ୍ରୀ ଓ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ।
ତୃତୀୟ ଥର ରାଜ୍ୟପାଳ ପୂରସ୍କାର ପାଇଲା ଗଜପତି ଜିଲ୍ଲା ସ୍କାଉଟସ ଓ ଗାଇଡସ୍।
