Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେଲରୁ ମୁକୁଳିଲେ ଇମ୍ରାନ ଖାନ୍‌; ଆଜି କୋର୍ଟରେ ହେବେ ହାଜର

ଇସ୍‌ଲାମବାଦ: ଜେଲରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ହେଲେ ଇମ୍ରାନଙ୍କୁ ଘରକୁ ଯିବାକୁ ମିଳିନି ଅନୁମତି। ତେବେ ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ନେଇ ରାୟ ‌ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଏଥିପାଇଁ ଇମ୍ରାନଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାପରେ ତୁରନ୍ତ ଇମ୍ରାନଙ୍କୁ ଜେଲରୁ ମୁକ୍ତ କରାଯାଇଛି।

ସୂଚନା ମୁତାବକ ଇମ୍ରାନ ପୁଲିସ ଲାଇନ ଗେଷ୍ଟ ହାଉସରେ ରାତି କଟାଇଛନ୍ତି। ସେଠାରେ ସୁପ୍ରିମକୋର୍ଟଙ୍କ ହେପାଜତରେ ରାତି କାଟିଛନ୍ତି ଇମ୍ରାନ ଖାନ । ଆଜି ଇସ୍‌ଲାମ୍‌ବାଦ କୋର୍ଟରେ ହାଜର ହେବେ ଇମ୍ରାନ ଖାନ। ସେଠାରେ ନିଜ ପରିବାର ଲୋକଙ୍କ ସମେତ ୧୦ ଜଣଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି । ହାଇକୋର୍ଟରେ ହାଜର ପୂର୍ବରୁ ଇମ୍ରାନଙ୍କୁ ଅନ୍ୟ ମାମଲାରେ ଯେମିତି ଗିରଫ କରାନଯିବ ସେଇଥିପାଇଁ ସୁପ୍ରିମକୋର୍ଟ ନିଜ ହେପାଜତରେ ରଖିଛନ୍ତି ।