Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ଭୋଟିଂ ପୂର୍ବରୁ ବଣ୍ଟା ଯାଇଥିବା ଉପହାରକୁ ବିଜେପି ନେତାଙ୍କ ଘର ବାହାରେ ଫିଙ୍ଗିଲେ ଭୋଟର, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କର୍ଣ୍ଣାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଗତ ବୁଧବାର ମତଦାନ ସଂପନ୍ନ ହୋଇଛି। ମେ ୧୩ ତାରିଖ ଅର୍ଥାତ ଆସନ୍ତାକାଲି ଭୋଟ୍ ଗଣତି ରହିଛି। ତେବେ ଭୋଟିଂର ପୂର୍ବ ସନ୍ଧ୍ୟାରେ ଅର୍ଥାତ ମଙ୍ଗଳବାର ରାଜ୍ୟର କେଆର ପେଟ୍ ନିର୍ବାଚନୀ ମଣ୍ଡଳୀରେ କଥିତ ଭାବେ ବିଜେପି କର୍ମୀ ଲୋକଙ୍କ ମଧ୍ୟରେ ଶାଢୀ ଏବଂ ଚିକେନ୍ ବାଣ୍ଟିଥିଲେ।

ଇଣ୍ଡିଆନ ଏକ୍ସପ୍ରେସ୍ ଅନୁସାରେ, ଏହାର ଖବର ମିଳିବା ପରେ ବୁଧବାର କଂଗ୍ରେସର କାର୍ଯ୍ୟକର୍ତ୍ତା ଏହାର ବିରୋଧ କରିଛନ୍ତି। ଇତି ମଧ୍ୟରେ ବୁକାନକେରେର ଗଞ୍ଜିଗେରେ ଗାଁର ଲୋକେ ମିଳିଥିବା ଶାଢୀକୁ ଭିନ୍ନ ଧରଣରେ ଫେରାଇ ଦେଇଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୁଧବାର ସକାଳେ ସ୍ଥାନୀୟ ଲୋକେ ଶାଢୀ ଏବଂ ଚିକେନ୍ ସ୍ଥାନୀୟ ବିଜେପି ନେତାଙ୍କ ଘରର ବନ୍ଦ ଥିବା କବାଟ ସାମ୍ନା ଫିଙ୍ଗି ପାର୍ଟି ବିରୋଧରେ ନାରାବାଜି କରିଛନ୍ତି। ବିଜେପିକୁ ଧିକ୍କାର ବୋଲି କହୁଥିବା ମଧ୍ୟ ଦେଖିବାକୁ ମିଳିଛି।

ନିର୍ବାଚନ ଆୟୋଗଙ୍କ କହିବା କଥା ତାଙ୍କୁ ଏହି ବିଷୟରେ କୌଣସି ଅଭିଯୋଗ ମିଳିନାହିଁ। ତଥାପି ସେ ମାମଲା ବିଷୟରେ ପଚାରି ବୁଝିବେ। ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଜଣେ ଗାଁ ଲୋକ କହିଛନ୍ତି, ବିଜେପି କର୍ମୀ ଭୋଟ୍ ଦେବା ପାଇଁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଚିକେନ୍ ଏବଂ ଶାଢୀ ଧରି ଅନୁସୂଚିତ ଜାତି ବହୁଳ ଗଞ୍ଜିଗେରେ ଗାଁ ଯାଇଥିଲେ। ଯେବେ ଲୋକେ ନେବାକୁ ମନା କରି ଦେଲେ ତ ବିଜେପି କର୍ମୀମାନେ ସେମାନଙ୍କ ଘରର ଦ୍ଵାର ବାହାରେ ଛାଡି ଆସିଥିଲେ।

ତେବେ ବୁଧବାର ସକାଳେ ସ୍ଥାନୀୟ ଲୋକେ ଶାଢୀ ଏବଂ ଚିକେନ୍ ଧରୀ ବିଜେପି ନେତାଙ୍କ ଘରକୁ ଯାଇଥିଲେ। ସେଠାରେ କବାଟ ବନ୍ଦ ଥିବାରୁ ଶାଢୀ ଏବଂ ଚିକେନ୍ ଘର ବାହାରେ ଫିଙ୍ଗି କି ଆସିଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ