Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଦ କେରଳ ଷ୍ଟୋରୀ’ ସବୁଠି ଚାଲିଛି, ଆପଣଙ୍କ ସମସ୍ୟା କ’ଣ ? ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ ଲଗାଇବାକୁ ବିରୋଧ କରି ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ ମମତା ସରକାରଙ୍କୁ କହିଛନ୍ତି ଯେ ପଶ୍ଚିମବଙ୍ଗ ଦେଶରୁ ଅଲଗା ନୁହେଁ, ତେବେ କଣ ପାଇଁ ରାଜ୍ୟରେ ଫିଲ୍ମ ଉପରେ କଟକଣା ଲଗାଯାଇଛି ? ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିମାହଙ୍କ ପୀଠ ମମତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସମାନ ଜନସଂଖ୍ୟା ଅନୁପାତ ଥିବା ରାଜ୍ୟଗୁଡ଼ିକରେ ତ ଏହି ଫିଲ୍ମ ଚାଲିଛି, ତ ପଶ୍ଚିମବଙ୍ଗରେ କଣ ପାଇଁ ଏହା ଉପରେ କଟକଣା ଲଗାଯାଇଛି ? ଏହି ପରି କଡ଼ା ଟିପ୍ପଣୀ ସହ ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସରକାରଙ୍କୁ ଜବାବ ମାଗିଛନ୍ତି।

‘ଦ କେରଳ ଷ୍ଟୋରୀ’ ମେ ପ୍ରଥମ ସପ୍ତାହରେ ରିଲିଜ୍ ହୋଇଥିଲା। ତେବେ ପଶ୍ଚିମବଙ୍ଗ ସରକାର ଚଳଚ୍ଚିତ୍ର ଉପରେ କଟକଣା ଲଗାଇଥିବା ବେଳେ ତାମିଲନାଡ଼ୁର ଥିଏଟର ମାଲିକମାନେ ମଧ୍ୟ ସ୍କ୍ରିନିଂ ଉପରେ ରୋକ୍ ଲଗାଇ ରଖିଛନ୍ତି। ବ୍ୟାନକୁ ବିରୋଧ କରି ଫିଲ୍ମ ମିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସନସାଇନ ପିକଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି, ପ୍ରତିଦିନର କଟକଣା ସହ ଫିଲ୍ମ ନିର୍ମାତାଙ୍କ କ୍ଷତି ଘଟୁଛି।

କଣ କହିଥିଲେ ମମତା
ଦ କେରଳ ଷ୍ଟୋରୀର ଟିଜର ଆସିବା ପରଠୁ ଫିଲ୍ମ ବିବାଦ ଘେରରେ ରହିଥିଲା। ଧର୍ମାନ୍ତରଣ ଉପରେ ନିର୍ମିତ ଏହି ଫିଲ୍ମକୁ ନେଇ ନିର୍ମାତା ଦାବି କରିଥିଲେ ଯେ, ଏହି ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ। ମାତ୍ର ମମତା ସରକାର ଏହାକୁ ପ୍ରୋପାଗାଣ୍ଡା ଫିଲ୍ମ ଦର୍ଶାଇଥିଲେ। ସେ କହିଥିଲେ ଦ କାଶ୍ମୀର ଫାଇଲ୍ସ ନିର୍ମାଣ କରି କାଶ୍ମୀରବାସୀଙ୍କୁ ଅପମାନିତ କରାଗଲା। ଏବେ ସେହି ଲୋକ ଦ କେରଳ ଷ୍ଟୋରୀ ଫିଲ୍ମ ପ୍ରସ୍ତୁତ କରି କେରଳୁ ବଦନାମ କରୁଛନ୍ତି। ଆସନ୍ତା ସମୟରେ ଏମାନେ ଦ ବଙ୍ଗାଲ ଫାଇଲ୍ସ ନାମରେ ଫିଲ୍ମ ନିର୍ମାଣ କରି ଦେବେ। ମମତା ସରକାର ରାଜ୍ୟରେ ଫିଲ୍ମର ସ୍କ୍ରିନିଂ ଉପରେ ବ୍ୟାନ୍ ଲଗାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ