Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘କେବେ ଏହି ମାଙ୍କଡ଼ର କଥା ଶୁଣିନି’, PGIMERରେ ହଙ୍ଗାମାକୁ ନେଇ TMC ସାଂସଦଙ୍କ ପିଏମ ପ୍ରତି ଆଶାଳୀନ ଟିପ୍ପଣୀ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରେ PGIMER କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ରେଡ଼ିଓ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ଯୋଗ ନଦେବାରୁ ୩୬ ନର୍ସିଂ ଛାତ୍ରୀଙ୍କ ହଷ୍ଟେଲରୁ ବାହାରକୁ ଯିବା ଉପରେ ରୋକ୍ ଲଗାଇଛନ୍ତି। ଏହାକୁ ନେଇ ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ମହୁଆ ମୋଇତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବଡ଼ ହମଲା କରିଛନ୍ତି। ଆପତ୍ତିଜନକ ଭାଷାର ପ୍ରୟୋଗ କରି ମୋଇତ୍ରା ପ୍ରଶ୍ନ କରିଛନ୍ତି ଯେ, ଯଦି ସେ ମନ କି ବାତ୍ ଶୁଣିବେ ନାହିଁ ତେବେ କଣ ତାଙ୍କୁ ବି ଦଣ୍ଡିତ କରାଯିବ। ଟୁଇଟ୍ କରି ମୋଇତ୍ରା ପିଏମ ମୋଦୀଙ୍କ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମର ତୁଳନା ‘ବନ୍ଦର କି ବାତ୍’ ସହ କରିଛନ୍ତି।

ସେ ଲେଖିଛନ୍ତି, ମୁଁ ମଧ୍ୟ ମାଙ୍କଡ଼ର କଥା ଶୁଣିନି। ଥରୁଟିଏ ବି ଶୁଣିନି। କେବେ ବି ନୁହେଁ। କଣ ମୋତେ ବି ଦଣ୍ଡ ମିଳିବ ? କଣ ମୋତେ ବି ନିଜ ଘରୁ ନ ବାହାରିବାକୁ ମନା କରାଯିବ ? ଏହାକୁ ନେଇ ମୁଁ ଗମ୍ଭୀର ଭାବେ ଚିନ୍ତିତ। ନିଜର ଏହି ବିବାଦୀୟ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଏହା ପୂର୍ବରୁ ମଧ୍ୟ ସେ ଅନେକ ପ୍ରସଙ୍ଗରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଶାଳୀନ ଭାଷା ପ୍ରୟୋଗ କରି ସାରିଛନ୍ତି।

ପିଜିଆଇଏମଇଆରର ଅଧିକାରୀ ଲିଖିତ ଆଦେଶ ଜାରି କରି ସମସ୍ତ ନର୍ସିଂ ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ସାମିଲ୍ ହେବାକୁ କହିଥିଲେ। ସଂସ୍ଥା ଅନୁଯାୟୀ, ଏହାକୁ ନିୟମିତ ପାଠ୍ୟକ୍ରମ ହିସାବରେ ସାମିଲ୍ କରାଯାଇଥିଲା। ହେଲେ ତୃତୀୟ ବର୍ଷର ୨୮ ଏବଂ ପ୍ରଥମ ବର୍ଷର ୮ ନର୍ସିଂ ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ପିଜିଆଇଏମଇଆର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସପ୍ତାହେ ଯାଏ ଛାତ୍ରୀମାନଙ୍କୁ ହଷ୍ଟେଲ୍ ବାହାରକୁ ନ ଯିବା ପାଇଁ ଆଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ