Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ନିର୍ବାଚନ; କିଏ ମାରିବ ବାଜି? ଏବେ ସୁଦ୍ଧା ଆଗରେ କଂଗ୍ରେସ

ବେଙ୍ଗାଲୁରୁ: ଆଜି ଆସିବ କର୍ଣ୍ଣାଟକ ନିର୍ବାଚନ ଫଳାଫଳ। ଆରମ୍ଭ ହୋଇଛି ଭୋଟ୍‌ ଗଣତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଭୋଟ୍‌ ଗଣତିରେ କୌଣସି ବିଭ୍ରାଟ ନ ଘଟିବା ଲାଗି ବେଙ୍ଗାଳୁରୁ ସମେତ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ଏବେ ସୁଦ୍ଧା କଂଗ୍ରେସ ଲିଡ୍‌ କରୁଥିବା ସୂଚନା ମିଳିଛି ।

ସବୁ ଦଳ ବିଜୟ ହାସଲ ଲାଗି ଲକ୍ଷ୍ୟ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିବ ବୋଲି ଆଶା ରଖିଥିବା କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ବଡ଼ ସଫଳତା ଲାଗି ଦୃଢୋକ୍ତି ପ୍ରକାଶ କରିଛି। ଜେଡିଏସ୍‌ ଚଳିତ ନିର୍ବାଚନରେ କିଙ୍ଗ୍‌ମେକର ହେବା ଲକ୍ଷ୍ୟ ରଖିଥିବା କହିଛି। ସମସ୍ତ ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ