Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଚୋରିକୁ ନେଇ ଦୁଇ ସରକାରୀ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ କଳି ବିଦ୍ୟୁତ ବିଭାଗର କର୍ମଚାରୀ ଅଧିକାରୀ ଅଟକ

ପାରଳାଖେମୁଣ୍ଡି:୫/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଳିଗଡ ଠାରେ ଥିବା ଜଳପ୍ରକଳ୍ପ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ଚୋରୀ ହୋଇଥିବା କୌଣସି ସୂତ୍ରରୁ ଖବର ପାଇ ବିଦ୍ୟୁତ ବିଭାଗର ଅଧିକାରୀ ମାନେ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ l ତେବେ ବିଦ୍ୟୁତ ଚୋରୀ କରି ନିଆ ଯାଇଥିବା ସମସ୍ତ ବିଦ୍ୟୁତ ତାର କୁ ଜବତ କରି ଫେରୁଥିବା ବେଳେ ଚାରି ପଟୁ ଜଳ ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ମୁଖ୍ୟ ଫାଟକ ବନ୍ଦ କରିବା ସହ କାର୍ଯ୍ୟାଳୟ ପରିସର ଭିତରେ ହିଁ ଚଢ଼ାଉ କରି ଫେରୁଥିବା ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଅଟକ ରଖିଥିଲେ lତେବେ ଦୀର୍ଘ ଏକ ଘଣ୍ଟା କାର୍ଯ୍ୟାଳୟ ପରିସର ଭିତରେ ଆଲୋଚନା କରିବା ପରେ ବିଦ୍ୟୁତ ବିଭାଗର ଏସ ଡି ଓ ଓ କନିଷ୍ଠ ଯନ୍ତ୍ରୀ, ସମେତ ଅନେକ ଅଧିକାରୀ ଓ କର୍ମଚାରୀ ମାନେ ଅଟକ ରହିଥିଲେ l ତେବେ ପରବର୍ତୀ ସମୟରେ ସମସ୍ତଙ୍କୁ ଛଡ଼ା ଯାଇଥିଲା l ଜଳ ପ୍ରକଳ୍ପର କର୍ମଚାରୀ ମାନେ ସେମାନଙ୍କ ପ୍ରତିକ୍ରିୟା ଦେଇ କହି ଛନ୍ତି ଯେ ବିଦ୍ୟୁତ ବିଭାଗ ଜାଣି ଶୁଣି ଆମ ମାନଙ୍କୁ ବଦନାମ ଓ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିବା ସହ ବିଦ୍ୟୁତ ଚୋରୀ ଘଟଣାକୁ ସମ୍ପୂର୍ଣ ଭାବେ ଅସ୍ବୀକାର କରିଛନ୍ତି l ଦୁଇ ସରକାରୀ ବିଭାଗ ମଧ୍ୟରେ ଆପୋଷ କଳିକୁ ନେ଼ଇ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories