Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ମାସରେ ବିଜେପି ହାତରୁ ଖସିଲା ୨ଟି ରାଜ୍ୟ, ଜାଣନ୍ତୁ ଏ ପର୍ଯ୍ୟନ୍ତ କେତୋଟି ରାଜ୍ୟରେ ରହିଛି କଂଗ୍ରେସ ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି। ସଂଖ୍ୟା ଗରିଷ୍ଠତା ସହ କଂଗ୍ରେସ ସରକାର ଗଠନ କରୁଥିବା ନଜର ଆସୁଛି। ଏଥିସହ ରାଜ୍ୟରେ ୪ ଦଶନ୍ଧିର ପୁରୁଣା ପରମ୍ପରା କାଏମ ରହୁଥିବା ଦେଖିବାକୁ ମିଳିଛି। କ୍ଷମତାସୀନ ବିଜେପି କ୍ଷମତାଚ୍ୟୁତ୍ ହେଉଥିବା ବେଳେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି।

ମଧ୍ୟାହ୍ନ ୧ଟା ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୧୨୪ ଆସନରେ ଆଗରେ ରହିଥିବା ବେଳେ ବିଜେପି ୭୧ , ଜେଡିଏସ ୨୫ ଏବଂ ଅନ୍ୟ ୬ଟି ସିଟରେ ଆଗୁଆ ରହିଛନ୍ତି। ଯଦି ଏହି ଟ୍ରେଣ୍ଡ ଅନୁସାରେ କଂଗ୍ରେସ ୧୧୩ ସିଟ୍ ଜିତି କର୍ଣ୍ଣାଟକରେ ସରକାର ଗଠନ କରିବାରେ ସଫଳ ହୁଏ ତେବେ ଚଳିତ ବର୍ଷ ୪ ମାସ ଭିତରେ ବିଜେପିର ଏହା ଦ୍ଵିତୀୟ ପରାଜୟ ହେବ।

ଫେବୃଆରୀରେ ହିମାଚଳ ପ୍ରଦେଶରେ ପୁରୁଣା ପରମ୍ପରା ଅନୁସାରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ସେଠାରେ ମଧ୍ୟ କ୍ଷମତାସୀନ ବିଜେପି ହାତରୁ ସରକାର ଖସିଥିବା ବେଳେ ୫ ବର୍ଷ ପରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଘଟିଥିଲା। ହେଲେ ସେହି ମାସରେ ବିଜେପି ଗୁଜରାଟରେ ପୁଣି ଥରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ଅନ୍ୟପଟେ କଂଗ୍ରେସ ଚାରି ମାସ ଭିତରେ ଦୁଇଟି ରାଜ୍ୟରେ କ୍ଷମତାକୁ ଫେରିବାରେ ସଫଳ ହୋଇଛି।

ବର୍ତ୍ତମାନ ହିମାଚଳ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାରରେ ରହିଛି। ଏହା ବ୍ୟତୀତ ବିହାର, ଝାରଖଣ୍ଡ ଏବଂ ତାମିଲନାଡୁରେ ଦଳ ମେଣ୍ଟ ସରକାରରେ ରହିଛି। ଏହିପରି କର୍ଣ୍ଣାଟକକୁ ଯୋଡ଼ି ଦେଲେ କଂଗ୍ରେସ ମୋଟ୍ ୭ଟି ରାଜ୍ୟରେ ସରକାରରେ ରହିବ। ପୁଣି ଚଳିତ ବର୍ଷ ଶେଷ ଆଡକୁ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ