Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା

ପାରଳାଖେମୁଣ୍ଡି:୨୦/୬(ଗରୁଡ ଧ୍ଵଜ ଚୌଧୁରୀ)⁵ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ମଣ୍ଡଳର ୮ ନମ୍ବର ଜୋନରେ କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୧୧ ବର୍ଷ ପୂର୍ତ୍ତି ଅବସରରେ ୧୫ ଗୋଟି ପଞ୍ଚାୟତ କୁ ନେଇ ଭାରତ ସରକାର ଓ ଓଡିଶା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଅଡବା ମଣ୍ଡଳ ସଭାପତି ସିଏଚ୍.ରାଜେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଉପ ସଭାପତି କୁଳ ଚନ୍ଦ୍ର ମଲ୍ଲିକ, ବିଜୟକୁମାର ପାତ୍ର,ମହେଶ୍ୱର ରାଉତ, କୋଷଧ ବୃନ୍ଦାବନ ଗମାଙ୍ଗ, ଯୁବ ମୋର୍ଚା ସଭାପତି ଧର୍ମନ୍ଦ୍ର ମଲ୍ଲିକ,କୃଷକ ମୋର୍ଚ୍ଚା ସଭାପତି ବୃଦ୍ଧ ମଲ୍ଲିକ, ଏସଟି ମୋର୍ଚ୍ଚା ସଭାପତି ହାର ମଲ୍ଲିକ, ଦୁଃଖ ଶ୍ୟାମ ମଲ୍ଲିକ,ବାବୁଲା ଦଣ୍ଡସେନା ସଂଜୟ ମଲ୍ଲିକ,ଯୋଗ ଦେଇ ଥିଲେ l ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ତଥା ବିକଶିତ ଗାଁ ବିକଶିତ ଓଡିଶା,ଶୁଭଦ୍ରା ଯୋଜନା,ଆୟୁଷ୍ମାନ ଯୋଜନା, ବିଶ୍ୱକର୍ମା ଯୋଜନା, ଅନ୍ତଦ୍ୟାୟ ଯୋଜନା, ପେନସନ ଯୋଜନା,ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଗୁଡ଼ିକ ଉପରେ ବିବରଣୀ ଦେଇ ଥିଲେ ଏହି କାର୍ଯ୍ୟକ୍ରମରେ ସମସ୍ତ ୧୫ ଗୋଟି ପଞ୍ଚାୟତ ର ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories