Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିସିଡି-ଏଫ୍ଏଫ ଭୀଡିପି ଗ୍ରୀଷ୍ମକାଳୀନ ଶିବିରରେ ଟ୍ରାଇବାଲ୍ ଟାଲେଣ୍ଟ ଚିହ୍ନଟ, ବିକାସିତ ମେଳାରେ ଜିଲ୍ଲାସ୍ତରୀୟ ଉପସ୍ଥାପନ

ପାରଳାଖେମୁଣ୍ଡି:୨୧/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାର୍ସିଙ୍ଗ ପଞ୍ଚାୟତ ର ସୀଙ୍ଗୁଭୂୟାଁ ସାହି ଗ୍ରାମରେ ସିସିଡି ଓ ଏଫ୍ ଭି ଡି ପି ପ୍ରକଳ୍ପ ତତ୍ତ୍ୱାବଧାନରେ ଆୟୋଜିତ ସମର କ୍ୟାମ୍ପ ଓ ସାଂସ୍କୃତିକ ଶିବିର ମାଧ୍ୟମରେ ଅନେକ ଗ୍ରାମୀଣ ଶିଶୁ ଓ ଯୁବ ପ୍ରତିଭା ଉଦ୍‌ଭାସିତ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ। ତତ୍ତ୍ୱାବଧାନରେ ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।ଶିବିରରେ ଏଙ୍ଗାରସିଂ ପଞ୍ଚାୟତର ସିଙ୍ଗୁଭୂୟାଁ ସାହି ଗ୍ରାମର ‘ଲକ୍ଷ୍ମଣ ନାୟକ ନୃତ୍ୟ ଦଳ’ ତାଙ୍କର ପାରମ୍ପରିକ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ, ଜି,ସୁନୀଲ ବାବୁ ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଏହି ଦଳକୁ ରାଜ୍ୟ ସରକାର ଅନୁଷ୍ଠିତ “ବିକାଶ ମେଳା ୨୦୨୫” ରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରାଯାଇଥିଲା।ପ୍ରତିଭାଶାଳୀ ଦଳର ସଦସ୍ୟମାନେ ହେଲେ: ଜମୁନା ଭୂୟାଁ, କବିତା ଗମାଙ୍ଗ, ପ୍ରଭାସିନୀ ଭୂୟାଁ, ହରେନ୍ଦ୍ର ଗମାଙ୍ଗ, ଶ୍ରୀଧର ଭୁୟାଁ, ଲିଟୁ ଭୂୟାଁ। ଉକ୍ତ ଦଳ ପାରଲାଖେମୁଣ୍ଡି ରେ ଅନୁଷ୍ଠିତ ।ବିକାସିତ ମେଳାରେ ତାଲମେଳ ଓ ସଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ଆକୃଷ୍ଟ କରିଥିଲେ। ଏହି ସଫଳ ପ୍ରଦର୍ଶନ ପରେ ସେମାନେ ଗଜପତି ଜିଲ୍ଲାପାଳ ବା ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ବିଜୟ କୁମାର ଦାସଙ୍କ ତରଫରୁ ମଞ୍ଚରେ ସମ୍ମାନିତ ହୋଇଥିବା ସହ ପ୍ରତିଭା ପ୍ରମାଣ ପତ୍ର ମଧ୍ୟ ପାଇଥିଲେ ।ଏହି ଉଦ୍ୟମ ଗ୍ରାମ ଅଞ୍ଚଳର ଲୁଚିଥିବା ପ୍ରତିଭାକୁ ଜିଲ୍ଲା ସ୍ତରରେ ଉନ୍ମୋଚନ କରି ସାଂସ୍କୃତିକ ଐତିହ୍ୟ ପ୍ରତି ସମ୍ମାନ ବଢାଇଛି। ସିସିଡି-ଏଫ୍ ଏଫ୍ ଭି ଡି ପି ପକ୍ଷରୁ ଏହି କ୍ୟାମ୍ପକୁ ଏକ ମାଇଲସ୍ଟୋନ୍ ଭାବରେ ଗ୍ରହଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories