Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କିଏ ହେବ ଦେଶର ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ? ପ୍ୟାନେଲ ସ୍ଥିର କଲା ୩ ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ କମିଟିର ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୩ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଛି। ହେଲେ କମିଟିରେ ସାମିଲ୍ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆପତ୍ତି ବ୍ୟକ୍ତ କରି ପୂରା ପ୍ରକ୍ରିୟାକୁ ନୂତନ ଭାବେ ଆରମ୍ଭ କରିବାକୁ ଦାବି କରିଛନ୍ତି। ସର୍ଟଲିଷ୍ଟ କରାଯାଇଥିବା ନାମ ମଧ୍ୟରେ କର୍ଣ୍ଣାଟକର ଡିଜିପି ପ୍ରବୀଣ ଦୁବେ, ମଧ୍ୟ ପ୍ରଦେଶର ଡିଜିପି ସୁଧୀର କୁମାର ସକ୍ସେନା ଏବଂ ଅଗ୍ନିଶମ ସେବା, ନାଗରିକ ସୁରକ୍ଷା ଏବଂ ହୋମଗାର୍ଡର ଡିଜି ତାଜ ହସନଙ୍କ ନାମ ସାମିଲ।

ଅଧୀର ରଞ୍ଜନ ଚୌଧୁରୀ ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ସତର୍କତା ଆୟୋଗ(ସିଭିସି)ର ଚୟନ ଉପରେ ଅସହମତି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଏହି କମିଟିରେ ସାମିଲ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ତୃତୀୟ ସଦସ୍ୟ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏହି ପୂରା ପ୍ରକ୍ରିୟାରେ ସାମିଲ୍।

ସୂତ୍ର ଅନୁଯାୟୀ, କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପ୍ରଥମେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ପାଖାପାଖି ୧୧୫ ନାମର ତାଲିକା ପଠାଇଥିଲା। ଏଥିରେ କିଛି ଏମିତି ଅଧିକାରୀଙ୍କ ନାମ ସାମିଲ୍ ଥିଲା ଯାହାଙ୍କୁ ସୂଚୀବଦ୍ଧ କରାଯାଇନଥିଲା। ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ତାଙ୍କୁ ତାଲିକାରେ ସାମିଲ୍ ଅଧିକାରୀଙ୍କ ସର୍ଭିସ ରେକର୍ଡ ଏବଂ ବ୍ୟକ୍ତିଗତ ସୂଚନା ମିଳିନଥିଲା।

ପ୍ରଧାନ ବିଚାରପତି ପ୍ରସ୍ତାବ ଦେଇଥିଲେ ଯେ, ତାଲିକା ଅଧିକାରୀଙ୍କ ଅଭିଜ୍ଞତା ଏବଂ ବରିଷ୍ଠତା ଆଧାରରେ ପ୍ରସ୍ତୁତ କରାଯାଉ। ଏହା ପରେ ୧୨ ଅଧିକାରୀଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଅଧୀର ରଞ୍ଜନଙ୍କ କହିବା କଥା ମହିଳା ଅଧିକାରୀ ଏବଂ ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ଉପରେ ବିଚାର କରାଯିବା ଉଚିତ୍। ତାଙ୍କ ବିରୋଧ ପରେ ତାଜ ହସନଙ୍କ ନାମ ତାଲିକାରେ ସାମିଲ୍ କରାଯାଇଛି ଏବଂ ତିନି ଅଧିକାରୀଙ୍କ ସର୍ଟଲିଷ୍ଟ କ୍ୟାବିନେଟର ନିଯୁକ୍ତ କମିଟିକୁ ପଠାଯାଇଛି।

୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ପ୍ରବୀଣ ଦୁବେଙ୍କୁ ୨୦୨୦ ଜାନୁଆରୀରେ କର୍ଣ୍ଣାଟକର ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା। ୧୯୮୭ ବ୍ୟାଚର ଅଧିକାରୀ ସୁଧୀର କୁମାର ସକ୍ସେନା ୨୦୨୨ ମାର୍ଚ୍ଚରେ ମଧ୍ୟ ପ୍ରଦେଶର ଡିଜିପି ଦାୟିତ୍ଵ ସମ୍ଭାଳିଥିଲେ। ଏଜିଏମୟୁଟି କ୍ୟାଡରର ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ତାଜ ସହନ ୨୦୨୧ ଜୁଲାଇରୁ ଅଗ୍ନିଶମ ସେବା, ନାଗରିକ ସୁରକ୍ଷା ଏବଂ ହୋମଗାର୍ଡର ଡିଜି ଭାବେ କାର‌୍ୟ୍ୟରତ ଅଛନ୍ତି।