Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଆହତ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକଙ୍କୁ କଟକ ବଡ ମେଡିକାଲ ରେ ଭେଟିଲେ ଏସ.ୟୁ.ଜେ ର ରାଜ୍ୟ କର୍ମକର୍ତ୍ତା

ପାରଳାଖେମୁଣ୍ଡି:୨୪/୬(ଗରୁଡ ଧ୍ଵଜ ଚୌଧୁରୀ) କଟକ ବଡ଼ ଡାକ୍ତରଖାନାରେ ଏସୟୁଜେ ଓଡ଼ିଶା କଟକ ଜିଲ୍ଲା ଶାଖା ର ବରିଷ୍ଠ ସଭ୍ୟ ରତ୍ନାକର ବାରିକ ଙ୍କୁ ଭେଟି ତାଙ୍କ ର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲୁ। ଶ୍ରୀଯୁକ୍ତ ବାରିକ ଗତ ସପ୍ତାହରେ ଏକ ରାସ୍ତା ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି।ଉଚ୍ଚ ରକ୍ତଚାପ କମିବା ପରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ଅପରେସନ ହେବ। ଏହି ଅବସରରେ ଏସୟୁଜେ ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ଆଜି ରତ୍ନାକର ଭାଇ ଙ୍କ ଚିକିତ୍ସା ନିମନ୍ତେ ଯଥାସାଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ଯଦିଓ ରତ୍ନାକର ଭାଇ ଙ୍କ ଚିକିତ୍ସା ଖର୍ଚ୍ଚକୁ ତୁଲାଇବା ରେ ଯେ ଏକ ବଡ଼ ଭୂମିକା ନିର୍ବାହ କରିବ ତାହା ନୁହେଁ ବରଂ ଏସୟୁଜେ ର ୩ ହଜାର ରୁ ଉର୍ଦ୍ଧ ସାଥୀ ମାନଙ୍କ ଶ୍ରଦ୍ଧା ସ୍ନେହ ଓ ଶୁଭେଚ୍ଛା ଶୁଭେଚ୍ଛା ଏହି ସହଯୋଗ ରାଶି ରେ ନିହିତ ଥିବାରୁ ନିଶ୍ଚିତ ଭାବେ ତାଙ୍କର ମନୋବଳ ବୃଦ୍ଧି ପାଇବ।ମୋ ସହିତ କଟକ ଜିଲ୍ଲା ଶାଖା ର ବରିଷ୍ଠ ସଭ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ର କୁମାର ମହାପାତ୍ର (ଟୁନା ବାବୁ) କଟକ ଜିଲ୍ଲା ଶାଖା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ଏସୟୁଜେ ଓଡ଼ିଶା ମହିଳା ଶାଖା ର ରାଜ୍ୟ ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ସିଂ ରତ୍ନାକର ଭାଇ ଙ୍କୁ ଯାଇ ସାକ୍ଷାତ କରିଥିଲେ। ରତ୍ନାକର ଭାଇ ଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ର ଆଶୁ ଆରୋଗ୍ୟ କାମନା କରୁଛୁ।*

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories