Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ କିଛି ସମୟ ପରେ ପ୍ରକାଶ ପାଇବ ICSE ଦଶମ ଏବଂ ISC ଦ୍ଵାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅର୍ଥାତ ଅପରାହ୍ନ ୩ଟାରେ କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏ ଏକଜାମିନେଶନ(ସିଆଇଏସସିଇ) ବୋର୍ଡ ପରିଚାଳିତ ଦଶମ ଏବଂ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ର-ଛାତ୍ରୀ cisce.org or results.cisce.org. ଓ୍ଵେବସାଇଟ୍ ମାଧ୍ୟମରେ ସେମାନଙ୍କର ପରୀକ୍ଷାଫଳ ଦେଖି ପାରିବେ।

ଆଇସିଏସଇ ଦଶମ ପରୀକ୍ଷା ଫେବୃଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା। ସେହିପରି ଆଇଏସସି ଦ୍ଵାଦଶ ପରୀକ୍ଷା ଫେବୃଆରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ଦେଶର ପ୍ରାୟ ୨ ଲକ୍ଷ ୪୦ ହଜାର ପିଲା ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ଓଡିଶାରେ ୯ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୬ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ